ବାରମ୍ବାର ଆବେଦନ ସତ୍ତେ୍ୱ ମିଳୁନି ଜନ୍ମ ପ୍ରମାଣପତ୍ର, ଅନ୍ଧାରରେ ଶିଶୁର ଭବିଷ୍ୟତ

0 102

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମହୁରୁଣ୍ଡି ଗାଁର ଦୁର୍ଯ୍ୟୋଧନ ବେହେରାଙ୍କ ଶିଶୁ ଝିଅ ରୋଶନି ବେହେରା(୩) ବଲାଙ୍ଗୀର ହସ୍ପିଟାଲରେ ଜନ୍ମ ଗ୍ରହଣ କରିଛି । ସୂଚନା ମୁତାବକ,ଶିଶୁର ଜନ୍ମ ପଞ୍ଜିକରଣ ରେକର୍ଡ ବଲାଙ୍ଗୀର ହସ୍ପିଟାଲ ଓ ଏନଏ.ସି ଅଫିସ କୌଣସି ଠାରେ ନ ଥିବା ଶିଶୁଙ୍କ ବାପା କହିଛନ୍ତି । ଏପରିକି ଶିଶୁଙ୍କ ପାଖରେ ଜନ୍ମ ପ୍ରମାଣ ପତ୍ର ନଥିବାରୁ ଅଧାର କାର୍ଡ ଓ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ଥିବା ପ୍ରକାଶ କରିଛନ୍ତି । ଶିଶୁଙ୍କ ବାପା ବଲାଙ୍ଗୀର ଏନ.ଏ.ସି ଅଫିସ ଏବଂ ହସ୍ପିଟାଲକୁ ଅନେକ ଥର ଯାଇ ଜନ୍ମ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ଜନ୍ମ ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 7 =