ଆୟୁର୍ବେଦ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

0 160

ଜହ୍ନ ।ପଙ୍କ,୫/୧୧: କେନ୍ଦ୍ର ସରକାରଙ୍କ ଜାତୀୟ ଆୟୁଷ ମିଶନ ଓ ଓଡ଼ିଶା ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ଅନୁମୋଦନ କ୍ରମେ ଯୋଗ, ଆୟୁର୍ବେଦ ଓ ହୋମିଓପ୍ୟାଥିକ ପରି ସକାରାତ୍ମକ ସ୍ୱାସ୍ଥ୍ୟ ପ୍ରତି ଅନୁପ୍ରାଣିତ କରିବା ଏବଂ ଭାରତୀୟ ଚିକିତ୍ସା ପଦ୍ଧତି ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଉଦେଶ୍ୟ ନେଇ ବୌଦ୍ଧ ବ୍ଳକ ଅନ୍ତର୍ଗତ ତାଳସରଡା ପଞ୍ଚାୟତ ସଂଗ୍ରାମପୁର ପଂଚାୟତ ଉଚ୍ଚ଼ ବିଦ୍ୟାଳୟରେ ଏକ ଆୟୁଷ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରତିଷ୍ଠାତା ସମାଜସେବୀ ଚେତାରାମ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କନ୍ଧମାଳ ମଣ୍ଡଳ ଜିଲ୍ଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡାକ୍ତର ଭବାନୀ ଶଙ୍କର ପାଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ଯୋଗ କ୍ଲାସ ଆରମ୍ଭ ହୋଇଥିଲା । ଏହାପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆୟୁର୍ବେଦ ଓ ହୋମିଓପ୍ୟାଥିକ ଔଷଧ ବଣ୍ଟନ, କୁଇଜ ପ୍ରତିଯୋଗିତା, କିଶୋର କିଶୋରୀ ବୟସରେ ଶରୀର ପ୍ରତି ସଚେତନତା ଓ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ମଣ୍ଡଳ ହୋମିଓପ୍ୟାଥିକ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ୟାମାନନ୍ଦ ବେହେରା, ବରିଷ୍ଠ ଆୟୁର୍ବେଦ ଚିକିତ୍ସକ ଡ଼ । ସୁବାସ ଚନ୍ଦ୍ର ଦାସ, ଡା ଦୁଷ୍ମନ୍ତ ମେହେର, ଡା ସରିତା ନାଏକ, ଡା ମୋନାଲିସା ମିଶ୍ର, ଡା ବିଜୟଲଷ୍ମୀ ତ୍ରିପାଠୀ, ପ୍ରଧାନ ଶିକ୍ଷକ ଭରତ ମେହେର, ଶିକ୍ଷକ ସରୋଜ ପ୍ରଧାନ, ଉଗ୍ରେସନ ବେହେରା, ବସନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

4 + 13 =