୫ ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶୋଭାଯାତ୍ରା

0 70

ସୁବର୍ଣ୍ଣପୁର,୫/୧୧- ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ସରକାରଙ୍କ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ନ୍ୟାର୍ଯ୍ୟ ଅଧିକାରକୁ ଅଣଦେଖା କରିଥିବାକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନଙ୍କୁ ଦୀର୍ଘ ଦିନ ଧରି ସେମାନଙ୍କର ଚାକିରି ସର୍ତ୍ତାବଳିକୁ ସଠିକ ଭାବରେ ପ୍ରଣୟନ ନକରି ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ କରି ରଖିଛନ୍ତି । ଏସବୁ ବିରୁଦ୍ଧରେ ଜିଲ୍ଲାର ସହସ୍ରାଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଏକ ବିଶାଳ ଶୋଭାଯାତ୍ରାରେ ରୟାଲ ପଡିଆ ଠାରୁ ବାହାରି ଦୀର୍ଘ ୬ କିଲୋମିଟର ନଗର ପରିକ୍ରମାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ଓ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କୁ ପ୍ରଦାନ କରିଥିଲେ । ଦାବି ମଧ୍ୟରେ୨୦୦୧ରୁ ନିଯୁକ୍ତ ସମସ୍ତ ଶିକ୍ଷା ସହାୟକ/ କନିଷ୍ଠ ଶିକ୍ଷକମାନଙ୍କୁ ଛଅ ବର୍ଷ ନିୟମିତ କରାଯିବା ସହ ଛଅଟି ଇନକ୍ରିମେଣ୍ଟ ପ୍ରଦାନ ଓ ପ୍ରାଥମିକ ଶିକ୍ଷକ ମାନଙ୍କ କ୍ଷେତ୍ରରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ, ନୂତନ ପେନସନ ନିୟମ ଉଚ୍ଛେଦ କରି ସମସ୍ତ ଙ୍କୁ ପୂରୂଣା ପଦ୍ଧତିରେ ପେନସନ ପ୍ରଦାନ,ଏକ୍ସ କେଡର ଗଣଶିକ୍ଷକ ମାନଙ୍କୁ ନିୟମିତ ପ୍ରାଥମିକ ଶିକ୍ଷକ ମାନ୍ୟତା,୨୮୦୦ ଗ୍ରେଡ ପେ ପ୍ରଦାନ ଓ ଶିକ୍ଷା ସହାୟକ ଅବଧିକୁ ନିୟମିତ ଶିକ୍ଷକ ରୂପେ ଗଣନା ଆଦି ରହିଥିଲା । ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆୟୋଜିତ ଏହି ଆନ୍ଦୋଳନକୁ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପୁରୋହିତ, ଅବସର ପ୍ରାପ୍ତ ସେକସନ୍‌ ଅଫିସର ଜ୍ୟୋତିରଂଜନ ପଟ୍ଟନାୟକ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଜ୍ୟୋତିରଞ୍ଜନ ବହିଦାର , ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ପ୍ରମୁଖ ସଂବୋଧିତ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 1 =