ନବରଙ୍ଗପୁର,୭/୧୧- ନବରଙ୍ଗପୁର ଲୋକ ମହୋତ୍ସବ ‘ମଣ୍ଡେଇ’ ପ୍ରଚାର କମିଟି ବୈଠକ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଓ ପୌରନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠ ସହ କମିଟି ସଦସ୍ୟ ଜିଲ୍ଲାସ୍ତରୀୟ ସାମ୍ବାଦିକ ଯୋଗ ଦେଇଥିଲେ । ଆସନ୍ତା ମଣ୍ଡେଇ ନିମନ୍ତେ ପ୍ରଚାର କମିଟିର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାସ୍ତରୀୟ ଏହି ମହୋତ୍ସବକୁ ଅଧିକରୁ ଅଧିକ ପ୍ରଚାର କରିବା ପାଇଁ ଗଣ ମାଧ୍ୟମର ସମସ୍ତ ପ୍ରତିନିଧି ମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ନିଆଲ ଅନୁରୋଧ କରିଥିଲେ । ମଣ୍ଡେଇର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଜିଲ୍ଲାର ସମସ୍ତ ପଞ୍ଚାୟତ , ବ୍ଲକ ଓ ପୌରାଞ୍ଚଳ ରେ ପ୍ରଚାର ପତ୍ର , ପୋଷ୍ଟର , ଫ୍ଲେକ୍ସ ଓ ହର୍ଡିଂ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି ଆସନ୍ତା ଡ଼ିସେମ୍ବର ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମୁଖ୍ୟ ଉତ୍ସବରେ ସାମ୍ବାଦିକ ମାନଙ୍କ ନିମନ୍ତେ ପ୍ରେସ କାର୍ଡ ଓ ବାଇକ୍ ପାସ ବ୍ୟବସ୍ଥା କରିବା , ମୁଖ୍ୟ ମଞ୍ଚ ସମ୍ମୁଖରେ ଅତିଥିଙ୍କ ପଛରେ ପ୍ରେସ ଗ୍ୟାଲେରୀ ରେ ବସିବା ପାଇଁ ବ୍ୟବସ୍ଥା ଓ ଉକ୍ତ ସ୍ଥାନରେ ଅଣ ସାମ୍ବାଦିକ ଅନଧିକାର ଭାବେ ପ୍ରବେଶ କରି ବସୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହା ସହ ସାମ୍ବାଦିକ ମାନଙ୍କ ଖବର ପ୍ରେରଣ ପାଇଁ କ୍ୟମ୍ପୁଟର ଓ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇ ଦେବା ଓ ପିଇବା ପାଣିର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ସମସ୍ତ ଆଲୋଚନା ଓ ପ୍ରସ୍ତାବ ସମ୍ପର୍କରେ ମଣ୍ଡେଇ କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡଃ. କମଳ ଲୋଚନ ମିଶ୍ରଙ୍କୁ ଅବଗତ କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ନିଆଲ କହିଥିଲେ । ଉକ୍ତ ବୈଠକରେ ଜିଲ୍ଲା ସାମ୍ବାଦିକ ବାଙ୍କ ବିହାରୀ ବିଶୋଇ , ଏ .ସତିଶ , ଗୌରାଙ୍ଗ ପାତ୍ର ,ଶ୍ରୀଧର ପାତ୍ର , କିରଣ ପଟ୍ଟନାୟକ , ପ୍ରଦୀପ ପାଢ଼ୀ, କିଶୋର ପଟ୍ଟନାୟକ , ଧିରନ ପଣ୍ଡା , ଶିବ ଶଙ୍କର ତ୍ରିପାଠୀ , ଆଦିତ୍ୟ ସାହୁ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ ।