ଐତିହାସିକ ଗନ୍ଧରାଡି ଓ ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ସମାଗମ

0 166

ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲାର ଐତିହାସିକ ଗନ୍ଧରାଡି ପୀଠରେ ଆଜି ଶେଷ ସୋମବାର ଓ କାର୍ତ୍ତିକ ଚତୁର୍ଦ୍ଦଶୀ ଅବସରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇ ଥିଲା । ଆଜି ଭୋର ୪ ଟାରେ ଠାକୁରଙ୍କ ନୀତିକାନ୍ତି ପରେ ମନ୍ଦିର ଦ୍ୱାର ଖୋଲାଯାଇଥିଲା । ଏହା ପରେ ଭକ୍ତ ମାନେ ଧାଡିରେ ଠିଆ ହୋଇ ଠାକୁରଙ୍କୁ ଦର୍ଶନ କରିଥିଲେ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତ ବାବା ସିଦେ୍ଧଶ୍ୱର, ପଶ୍ଚିମ ସୋମନାଥ ଓ ନୀଳମାଧବଙ୍କ ଦର୍ଶନ କରିଥିଲେ । ଶାନ୍ତି ଶୃଙ୍ଖଳା ସହିତ ଭକ୍ତ କିପରି ଦର୍ଶନ କରି ପାରିବେ ଜହ୍ନାପଙ୍କ ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱରେ ସ୍ଥାନୀୟ ଫାଣ୍ଡି କର୍ମଚାରୀ ଓ ବୌଦ୍ଧ ପୁଲିସ କର୍ମଚାରୀ ସହଯୋଗ କରିଥିଲେ । ଚାରିଶମ୍ଭୁ ସାହିର କିଛି ସ୍ୱେଚ୍ଛାସେବୀ ମଧ୍ୟ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ସହଯୋଗ କରିଥିଲେ । ଗନ୍ଧରାଡି ମନ୍ଦିରର ବିଶେଷତ୍ୱ ହେଲା ଗୋଟିଏ ପିଣ୍ଡିରେ ଶିବ ଓ ନୀଳମାଧବଙ୍କ ମନ୍ଦିର ଥିବାବେଳେ ମନ୍ଦିର ଦ୍ୱୟର ନିର୍ମାଣ କାର୍ଯ୍ୟ ସମାନ । ଶିବ ମନ୍ଦିର ଚୂଡ଼ାରେ ଲିଙ୍ଗ ଥିବା ବେଳେ ନୀଳମାଧବ ମନ୍ଦିର ଚୂଡ଼ାରେ ଚକ୍ର ଅବସ୍ଥିତ ଯାହାକି ପୃଥିବୀରେ ବିରଳ । ଏହାକୁ ତତ୍କାଳୀନ ସୋମବଂଶୀୟ ରାଜା ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରିଥିବା ଐତିହାସିକ ମାନେ ମତବ୍ୟକ୍ତ କରନ୍ତି । ସୋମବାର ରାତି ଚତୁର୍ଦ୍ଦଶୀ କରୁଥିବା ଭକ୍ତମାନେ ଦୀପ ଜାଳି ରାତି ଉଜାଗର ରହିଥିଲେ । ସେହିପରି ଚଣ୍ଡିତଳର ଗୁପ୍ତେଶ୍ୱର, ଚଣ୍ଡୀଗଡ଼ର ସ୍ୱପ୍ନେଶ୍ୱର, ଦମଦୋରପୁର ଶୈବ ପୀଠ, ଗୋଚ୍ଛାପଡ଼ା, ଖଲିଅପାଲି,ମାନେଶ୍ୱର, କୃଷ୍ଣପାଲି, ବଢିଗା, ପଳାସ ଶୈବ ପୀଠରେ ଭକ୍ତଙ୍କ ପ୍ରବଳ ଜନସମାଗମ ହୋଇଥିଲା ।

hiranchal ad1
Leave A Reply

Your email address will not be published.

five × five =