ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଜରିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 62

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ଆଲୋଚନା କ୍ରମେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାବ କୁମାର ସାହାଣୀ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ଆଲୋଚନା ପ୍ରକାରେ ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଉପସ୍ଥିତରେ ବାଲନ୍ଦାପଡା ଫାଣ୍ଡି, ଅଞ୍ଚଳରେ ଥିବା ଆନନ୍ଦେଶ୍ୱର ମନ୍ଦିର ପରିସରରେ ହୋମଗାର୍ଡ ସଂଘ ତରଫରୁ କିଛି ଫଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଡିସେମ୍ବର ମାସ ତା ୬,୧୨,୨୦୨୨,ରିଖ ହୋମଗାର୍ଡ ଦିବସଟିକୁ ମାନବାଧିକାର ମିସନ ଷ୍ଟେଟ ସଭାପତି, ଦିଲ୍ଲିପ କୁମାର ଧଳ, ମହିଳା ଷ୍ଟେଟ ସଭାପତି ଆରତୀ ମଙ୍ଗରାଜ, ଉପସଭାପତି ଜଳନ୍ଦର ବେହେରା ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ସମସ୍ତ ପରାମର୍ଶଦାତାଙ୍କ ଆଲୋଚନା ଏବଂ ମତାମତ ପ୍ରକାରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଉପସ୍ଥିତରେ ଶୃଙ୍ଖଳିତ ଭାବରେ ପାଳନ କରିବା ପାଇଁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଆଲୋଚନା କରି ନିଷ୍ପତ୍ତି ନେଇଛନ୍ତି । ଫୁଲବାଣୀ ସହରରେ କିଛି ଶୃଙ୍ଖଳିତ ବରିଷ୍ଠ ସାମ୍ବାଦିକ ଏବଂ ସମାଜସେବୀଙ୍କୁ ସଂଘର ନୂତନ ପରାମର୍ଶ ଦାତା ଭାବରେ ଚୟନ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ ଉପସଭାପତି, ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି, ଅଖୟ କୁମାର ରାୟ, ସମ୍ପାଦକ, ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ, ଶେଖ୍‌ ରିହାଜୁଦିନ୍‌, ପରାମର୍ଶଦାତା, କୁନା ଦିଗାଲ, ଗୋଛାପଡା ଥାନ ହୋମଗାର୍ଡ ସଂଘ ସଭାପତି,ଲେବେନ୍ଦ୍ର ଦିଗାଲ, ଉପସଭାପତି, ଦୁର୍ଯ୍ୟଶେଖର ମଲିକ, ସମ୍ପାଦକ, ପ୍ରଶାନ୍ତ କୁମାର କହଁର, ସହସମ୍ପାଦକ, ସୁବାଷ ଚନ୍ଦ୍ର କହଁର, କୋଷାଧ୍ୟକ୍ଷ, ସୋମନାଥ ବିନ୍ଧାଣି ଜୟନ୍ତୀ ଚୈାଧୁରୀ, ସାଫରିନ୍‌ ଖାନ୍‌ ଏବଂ ଗୋଛାପଡା ଥାନାର ଅନ୍ୟ ହୋମଗାର୍ଡ ଭାଇମାନେ ଉପସ୍ଥିତ ଥଲେ ।

hiranchal ad1
Leave A Reply

Your email address will not be published.

5 × 1 =