ମାଣ୍ଡିଆ ରଥର ଶୁଭାରମ୍ଭ

0 74

ବୌଦ୍ଧ,୭/୧୧- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ମିଲ୍ଲେଟ୍ସ ମିଶନ ତରଫରୁ ମାଣ୍ଡିଆ ଦିବସ ଉପଲକ୍ଷେ ଚାରିଦିନିଆ ମାଣ୍ଡିଆ ରଥ ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ସବୁଜ ପତାକା ଦେଖାଇ ସମସ୍ତ ତିନୋଟି ବ୍ଲକ ନିମନ୍ତେ ତିନିଗୋଟି ମାଣ୍ଡିଆ ରଥର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ସମସ୍ତ ଗ୍ରାମକୁ ଯାଇ ଏହି ରଥ ମାଣ୍ଡିଆର ଚାଷ ଓ ତାର ଉପକାରିତା ବିଷୟରେ ପ୍ରଚାର କରିବ । ଆଗାମୀ ଦିନରେ ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶସ୍ୟକୁ ପ୍ରତ୍ୟେକ ପରିବାରରେ ଖାଦ୍ୟ ଓ ପାନୀୟ ଭାବରେ ସର୍ବାଦୃତ କରିବାପାଇଁ ଓଡିଶା ସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ ଅଟେ । ଏହାଦ୍ୱାରା ରାଜ୍ୟରୁ କୁପୋଷଣ ଦୂର ହୋଇପାରିବା ସହିତ ଲୋକମାନେ ସ୍ୱାସ୍ଥ୍ୟବାନ ହେବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ଅଧିକାରୀ ନାରାୟଣ ମହାନନ୍ଦ ବୌଦ୍ଧ, ଜିଲ୍ଲା ଓଡିଶା ମିଲ୍ଲେଟ୍ସ ମିଶନ କାର୍ଯ୍ୟକ୍ରମ ସଂଯୋଜକ ଦିବ୍ୟଜ୍ୟୋତି ପ୍ରକାଶ, ମିଶନ ଶକ୍ତି ସଂଯୋଜକ ଦେବଦତ୍ତ ମିଶ୍ର, ଅତିରିକ୍ତ ପରିଯୋଜନା ନିର୍ଦ୍ଦେଶକ ଆତ୍ମା କମଳାକାନ୍ତ କଟାରୀ, ଓଡିଶା ମିଲ୍ଲେଟ୍ସର ବନବିହାରୀ ଠାକୁର, ଲୋକକଳା ବିକାଶ କେନ୍ଦ୍ରର ଦୁଖୀଶ୍ୟାମ ନାୟକ ଓ ନୀତିଶ କୁମାର, ୱାଇସିଡିଏର ଗୌରୀଶଙ୍କର ଥାଟି, ଅରୁଣ ପ୍ରଧାନ, ମାନସରଞ୍ଜନ ପ୍ରଧାନ, ବିଶ୍ୱ ଯୁବକେନ୍ଦ୍ରର ସୁମନ କୁମାର ତଥା ସମସ୍ତ ଗୋଷ୍ଠୀ ସଂଯୋଜକ ବୃନ୍ଦ, ମିଶନ ଶକ୍ତିର ମହିଳାବୃନ୍ଦ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଓ କର୍ମଚାରୀମାନେ ଯୋଗଦାନ କରିଥିଲେ । ଏତଦବ୍ୟତୀତ ଜିଲ୍ଲା ମ୍ୟୁଜିଅମ ଠାରେ ଏକ ମିଲେଟ ଷ୍ଟଲ ଖୋଲାଯିବ ବୋଲି ମିଲେଟ ମିଶନ ସଂଯୋଜକ କହିଥିଲେ ।

hiranchal ad1
Leave A Reply

Your email address will not be published.

four − 1 =