ପୁରୀ: ଶ୍ରୀମନ୍ଦିର ରେ ଅଭାବନୀୟ ଘଟଣା । ପୁଣି ଖାକିରେ ଲାଗିଲା ଦାଗ । ମହାଧାର୍ମିକ ମାସ ପଞ୍ଚୁକରେ ପୋଲିସର ଭକ୍ତଙ୍କୁ ଆକ୍ରମଣ । ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ଅଭିଯୋଗ । ପୋଲିସ ମାଡରେ ଜଣେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ । ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଗୁରୁତର ହବିଷ୍ୟାଳୀ ଜଣକ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ । ସେ ପୁରୀ ରେ ରହି ହବିଶ୍ୟ ବ୍ରତ କରୁଛନ୍ତି । ତେବେ ସରକାର ହବିଶ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ଶିବିର କରି ସମସ୍ତ ସୁବିଧା ସୁଯୋଗ ଦେଉଛନ୍ତି କାର୍ତ୍ତିକ ବ୍ରତ ପାଇଁ । କିନ୍ତୁ ଦୁଃଖର ବିଷୟ ପୋଲିସ୍ ହବିଶ୍ୟାଳିଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଆକ୍ରମଣ କରୁଚି, ଦୁର୍ବ୍ୟବହାର କରୁଛ଼ି । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।
ଏହାକୁ ଗୁରୁତର ଭବେ ନେଇଛନ୍ତି ପୁରୀ ଏସପି କେ ବିଶାଲ ସିଂ । ଘଟଣା ଜଣାପଡିବା ପରେ ଉକ୍ତ ହାବିଲଦାରକୁ ଏସପି ନିଲମ୍ବିତ କରିଛନ୍ତି । ନିଲ୍ମ୍ୱିତ ହାବିଲଦାର ହେଉଛନ୍ତି ପ୍ରଶାନ୍ତ ଦଳେଇ । କେଉଁ ପରିସ୍ଥତିରେ ଏହି ଘଟଣା ଘଟିଲା ଏସପି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯଦି ପୋଲିସ କର୍ମଚାରୀଙ୍କ ଭୁଲ୍ ଥିବ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଏସପି କହିଛନ୍ତି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ପୋଲିସ୍ର ପ୍ରମୁଖ କାର୍ଯ୍ୟ ବୋଲି ଏସପି କହିଛନ୍ତି । ସେପଟେ ପୁରୀ ଏସପି ମେଡିକାଲ ଯାଇ ଆହତ ହବିଷ୍ୟଳିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଚନ୍ତି । ଆହତ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଏସପି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.