ବିଧବା ମା ଓ ଦିବ୍ୟାଙ୍ଗ ପୁଅ ପ୍ରତି ପ୍ରଶାସନର ଦୃଷ୍ଟି ପଡୁ

0 118

ଖପ୍ରାଖୋଲ,୮/୧୧: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ସଦର ଗ୍ରାମରେ ଦିବ୍ୟାଙ୍ଗ ପୁଅ ସହ ବିଧବା ମା ସରକାରୀ ଯୋଜନାରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି । ବିଧବା ରୋଗିଣା ମା ଚିନାମାଲି ବେମାଲ (୩୮) ଦିବ୍ୟାଙ୍ଗ ପୁଅ ପପୁ ବେମାଲ (୧୪) ଦୁହେଁ ସରକାରୀ ସହାୟତା ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାରୁ ବଞ୍ଚିତ ଥିବା ଜଣାପଡ଼ିଛି । ଅନେକଥର ପ୍ରଶାସନକୁ ଜଣେଇ ନିରାଶ ହେଇଥିବା ପ୍ରକାଶ କରିଛନ୍ତି । ଚିନାମାଲିଙ୍କ ଏକ ସୁଖର ସଂସାର ଥିଲା ତାଙ୍କ ସ୍ୱାମୀ ମୁରଲୀ ବେମାଲ ଦାଦନ ଖଟି ନିଜ ପରିବାରକୁ ପ୍ରତିପୋଷଣ କରୁଥିଲେ । ଗତ ୬ ମାସ ହେଲା କୌଣସି କାରଣରୁ ତାଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ପରିବାରରେ ଦୁଇ ପୁଅ ଓ ତାଙ୍କ ସ୍ତ୍ରୀ ଚିନାମାଲି ରହିଛନ୍ତି । ବଡ ପୁଅ ରମେଶ (୧୮) ଘରର ଆର୍ଥିକ ପରିସ୍ଥିତି ଠିକ ନ ଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛି । ଅନ୍ୟ ପୁଅ ପପୁ ସେ ଦିବ୍ୟାଙ୍ଗ ଉଭୟ ମାଆ ପୁଅ ଏବେ ଘରେ ରହି ଦୁଃଖରେ ଦିନ କାଟୁଛନ୍ତି । ରାସନ କାର୍ଡ ଦ୍ୱାରା ପାଉଥିବା ଚାଉଳ କେବଳ ଭରସା । ବିଗତ ଖପ୍ରାଖୋଲ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ମା ପୁଅ ନିଜର ଦୁଃଖ ଜଣେଇବା ପାଇଁ ଯାଇଥିଲେ ହେଲେ ପଞ୍ଜିକରଣ ହୋଇ ନପାରିବାରୁ ନିରାଶ ହୋଇ ଫେରି ଆସିଥିବା ପ୍ରକାଶ କରିଛନ୍ତି । ଏ ଦୁଇଜଣ ମା ପୁଅଙ୍କୁ ସରକାରୀ ପରିବାର ମଙ୍ଗଳ ଯୋଜନା ଓ ଅନ୍ୟାନ୍ୟ ଯୋଜନାରେ ସାମିଲ କଲେ ସେମାନେ ଉପକୃତ ହେବେ ବୋଲି ଗ୍ରାମବାସୀ କହିଛନ୍ତିି । ତେଣୁ ଏହି ପରିବାର ପ୍ରତି ବ୍ଲକ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

thirteen + 3 =