ତୈଳିକ ବୈଶ୍ୟ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ

0 93

ବୌଦ୍ଧ,୮/୧୧- ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ମନେପକାଇ ତୈଳିକ ବୈଶ୍ୟ ସମାଜ ବୌଦ୍ଧ ତରଫରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ଅତୀତରେ ଗମନାଗମନର ଅସୁବିଧା ସତ୍ତେ୍ୱ ସାଧବ ପୁଅମାନେ ଜାଭା, ସୁମାତ୍ରା ଭଳି ଦୂରଦେଶକୁ ଯାଇ ବଣିଜ ବେପାର କରି ଅନେକ ଧନରତ୍ନ ନିଜ ଦେଶକୁ ବୋହି ଆଣୁଥିଲେ । ତାଙ୍କର ଜଳଯାତ୍ରା ସୁଗମ ଓ ନିରାପଦ କରିବା ପାଇଁ ସାଧବ ଘର ଝିଅ ବୋହୂମାନେ ମିଳିମିଶି ଶୁଭ ନାରିକେଳ ଜଳ ଢାଳି ହୁଳହୁଳି ଦେଇ ବଣିଜ ବେପାର ଶୁଭଙ୍କର ଓ ଲାଭପ୍ରଦ ହେବାର ମାନସିକ କରି ବୋଇତକୁ ମେଲାଣି ଦେଉଥିଲେ । ଏହି ସଂସ୍କୃତି ଓ ପରମ୍ପରାକୁ ପୁନଃସ୍ମରଣ କରି ବୌଦ୍ଧର ତୈଳିକ ବୈଶ୍ୟ ସମାଜର ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିପାରିଛି କାର୍ତ୍ତିିକ ପୂର୍ଣ୍ଣିମା ଦିନ । ସଭାପତି ଶଙ୍କର୍ଷଣ ସାହୁଙ୍କ ନେତୃତ୍ୱରେ ସମ୍ପାଦକ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଏବଂ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାତଃ ୪ ଘଣ୍ଟା ସମୟରେ ଏକ ବିରାଟ ସୁସଜ୍ଜିତ ବୋଇତକୁ ସମାଜର ପ୍ରାୟ ପଚାଶ ପରିବାରରୁ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହି ହୁଳହୁଳି ଘଣ୍ଟ ଶଙ୍ଖ ନାଦ କରି ବୋଇତ ବନ୍ଦାଣ କରିଥିଲେ । ସମସ୍ତେ ଦୀପ ଦେବା ସହ ବାଣ ଫୁଟାଇ ଏକ ନିଆରା ଢଙ୍ଗରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ମହାନଦୀ ଜଳରେ ବୋଇତକୁ ମେଲାଣି ଦେଇଥିଲେ । ବିଗତ ଦଶବର୍ଷ ହେଲାଣି ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବୌଦ୍ଧରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସନାତନ ସାହୁ, ଅଶୋକ ସାହୁ, ଅର୍ଜୁନ ସାହୁ ,ପକ୍ଷୀରାଜ ସୁବୁଦ୍ଧି, ବୀଣାପାଣି ସାହୁ ,ପୁଷ୍ପାଞ୍ଜଳି ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

six + 4 =