ଗରିବ ଲୋକଙ୍କ ଜୀବନକୁ ଉନ୍ନତ କରିବା ଦିଗରେ ପଦକ୍ଷେପ ନେଉଛି ୧୨ ବାଟାଲିୟନ ସିଆରପିଏଫ

0 66

ଫୁଲବାଣୀ,୯/୧୧:- ସିଆରପିଏଫର ସାମାଜିକ ଦାୟିତ୍ୱର ଏକ ଅଂଶ ଭାବରେ ଏବଂ ଗରିବ ଲୋକଙ୍କ ଜୀବନକୁ ଉନ୍ନତ କରିବା ଦିଗରେ ଏକ ପଦକ୍ଷେପ ଭାବେ ୧୨ ବାଟାଲିୟନ ସିଆରପିଏଫ ଦ୍ୱାରା ସାଡିଙ୍ଗିଆ ପଞ୍ଚାୟତର ସାଧାରଣ ଅଞ୍ଚଳରେ ବୁଧବାର ଦିନ ଏକ ସିଭିକ୍‌ ଆକ୍ସନ ପ୍ରୋଗ୍ରାମ -୨୦୨୨ ଆୟୋଜନ କରାଯାଇଥିଲା । ସିଏ ପି-୨୦୨୨ ମହମ୍ମଦ ସାଜିଦ, କମାଣ୍ଡାଣ୍ଟ୧୨ ବାଟାଲିୟନ ସିଆରପିଏଫରଙ୍କ ନିର୍ଦ୍ଦେଶରେ ସଂଗଠିତ ଏବଂ ଭି . ଶ୍ରୀନିବାସ ରାଓ, ଆସଷ୍ଟ ଇନ୍ସପେକ୍ଟର କମାଣ୍ଡାଣ୍ଟ (ଅଫିସର କମାଣ୍ଡିଂ- ଇ / ୧୨ ସିଆରପିଏଫର) ଶିଶରାମ, ଇନ୍ସିପେକ୍ଟର ପଙ୍କଜ କିଥୋରିଆଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସାଡିଙ୍ଗିଆ, ଲେଣ୍ଡ୍ରିଗାଓଁ, କାଟାପଙ୍ଗା, କିୟାମୁଣ୍ଡା, ଲଦାପଦର, ସୋନାର୍ଡାଇ ଏବଂ ଅନ୍ୟାନ୍ୟ ଗ୍ରାମରୁ ପ୍ରାୟ ୧୦୧ ଲୋକ ଅଂଶଗ୍ରହଣ କରିଥିଲେ । ତାଙ୍କ ଭାଷଣରେ ଶ୍ରୀନିବାସ ରାଓ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ କରିବା ଯାହାଦ୍ୱାରା ଆମେ ମିଳିତ ଭାବେ ଏହି ଅଞ୍ଚଳର ସମୃଦ୍ଧତା ବିକାଶ କରିପାରିବା । ଏହି ଅଞ୍ଚଳର ସମସ୍ତ ଛାତ୍ର ଉନ୍ନତ ଶିକ୍ଷା ଲାଭ କରିବାସହ ଏକ ଭଲ ଭବିଷ୍ୟତ ଗଠନ କରିବା ଏବଂ ଉଚ୍ଚ଼ ପଦବୀରେ ନିଯୁକ୍ତ ହେବା ଉଚିତ । ଯାହାଫଳରେ ସେମାନେ ଏହି ଅଞ୍ଚଳକୁ ଶୀଘ୍ର ବିକାଶ ଆଡକୁ ନେଇପାରିବେ । ସମସ୍ତ ସାଧାରଣ ଜନତାଙ୍କ ସହଯୋଗରେ ଏହି ବ୍ୟବସ୍ଥା ଶୀଘ୍ର ଏବଂ ଉନ୍ନତ ହେବ । ତାଙ୍କ ଭାଷଣ ପରେ ଶ୍ରୀନିବାସ ରାଓ ଏବଂ ଅତିଥିମାନେ ଗ୍ରାମବାସୀଙ୍କୁ କିଛି ଆବଶ୍ୟକୀୟ ବାସନ ସାମଗ୍ରୀ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସିଆରପିଏଫ ଦ୍ୱାରା ଏକ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

20 − 10 =