ପାଞ୍ଚ ଦାଦନ ଶ୍ରମିକ ଉଦ୍ଧାର, ଗାଡ଼ି ଜବତ; ଡ଼୍ରାଇଭର ସହ ଦୁଇ ଦଲାଲ କୋର୍ଟ ଚାଲାଣ

0 97

ଖପ୍ରାଖୋଲ : ଖପ୍ରାଖୋଲ ଥାନା ଓଡ଼ିଆପାଲି ପଞ୍ଚାୟତ କରଲାବହାଳି ଠାରେ ପେଟ୍ରୋଲିଂ ବେଳେ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ଗୋଟିଏ ଶିଶୁ ସମେତ ପାଞ୍ଚ ଜଣ ଦାଦନ ଶ୍ରମିକଙ୍କୁ ମଙ୍ଗଳବାର ରାତିରେ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ଥାନା ଏସଆଇ ଗୋପୀନାଥ ମହାକୁଡ଼, କନେଷ୍ଟବଳ ସଞ୍ଜୀବ ସାହୁ, ମଞ୍ଜୁ ପଧାନ ଧଣ୍ଡାମୁଣ୍ଡାରୁ କରଲାବହାଳି ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ବେଳେ ଗୋଟିଏ ହୋଣ୍ଡା ମୋବିଲିଓ କାର ନଂ (ଓଡି୦୨ଜେଡ ୦୪୮୪) ଯୋଗେ ଧଣ୍ଡାମୁଣ୍ଡାରୁ କରଲାବହାଳି ରାସ୍ତା ଦେଇ ଦ୍ରୁତ ଗତିରେ ଯାଉଥିବା ଦେଖିଥିଲେ । ଗାଡିକୁ ଅଟକାଇ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ଶ୍ରମିକ ମାନଙ୍କୁ ପଚରା ଉଚୁରା କଲା ପରେ ସେମାନେ ପ୍ରଥମେ କଣ୍ଟାବାଞ୍ଜି ଏବଂ ପରେ ତିରୁପତି ଯିବା କଥା ପ୍ରକାଶ କରିଥିଲେ । ଏହାପରେ ସମସ୍ତଙ୍କୁ ଖପ୍ରାଖୋଲ ଥାନାକୁ ଅଣାଯାଇଥିଲା । ଶ୍ରମିକମାନେ ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର ବୋଲି ଜଣାଯାଇଥିଲା । ମୋଟ ଚାରିଜଣ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳିକା ଶିଶୁକୁ ପୋଲିସ ଉଦ୍ଧାର କରି ନିଜ ନିଜ ଘରକୁ ପଠେଇ ଦେଇଥିବା ଜଣାଯାଇଛି । ଦାଦନ ଚାଲାଣ ଅଭିଯୋଗରେ ବେଲପଡା ଥାନା ସର୍ଗିଗୁଡା ଗାଁର ମୁଖ୍ୟ ଦାଦନ ସରଦାର ରିଙ୍କୁ ବାଗ, ଦାଦନ ଦଲାଲ ନିରାକାର ବାଗ ଏବଂ ଗାଡିର ଡ୍ରାଇଭର ନୃପରାଜ ମାଝୀକୁ ବେଆଇନ ଦାଦନ ଚାଲାଣ ଅଭିଯୋଗରେ ଖପ୍ରାଖୋଲ ଥାନା କେସ ନଂ ୧୮୩/୨୨ ରେ ଏକ ମାମଲା ରୁଜୁ କରି ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଛି । ସେହିପରି ଗତ ଅକ୍ଟୋବର ମାସ ପିଙ୍କି ବସ ଯୋଗେ ବେଆଇନ ଭାବେ ୨୨ ଜଣ ଦାଦନ ଶ୍ରମିକଙ୍କୁ ଚାଲାଣ କରୁଥିବା ଖୁଟଲୁମୁଡା ଗ୍ରାମର ମୁଖ୍ୟ ଦାଦନ ସରଦାର ପୁରନ ବାଗ ଫେରାର ଥିବା ବେଳେ ତାକୁ ମଧ୍ୟ ମଙ୍ଗଳବାର ରାତିରେ କାବୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine + six =