ଶବରଖି ରାସ୍ତା ଅବରୋଧ, ଦୁଇପାର୍ଶ୍ୱରେ ଅଟକିଲା ଶହଶହ ଗାଡ଼ି

0 70

ଦଶପଲ୍ଲା,୧୦/୧୧: – ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁର ଗାଁରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଦୀପାବଳି ଦିନ କୌଣସି କାରଣକୁ ନେଇ ଉକ୍ତ ଗ୍ରାମର କେଦାର ପ୍ରଧାନ ଓ ଶ୍ରୀଧର ନାୟକଙ୍କ ପରିବାର ମଧ୍ୟରେ ହାତାହାତି ହୋଇଥିଲା । ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ କେଦାରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଫଳରେ କେଦାରଙ୍କ ମୁଣ୍ଡଫାଟି ଲହୁଲୁହାଣ ହୋଇଥିଲେ । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧନ ଅବସ୍ଥାରେ କେଦାରଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ଶବ ବ୍ୟବଚ୍ଛେଦ ହୋଇ ବୁଧବାର ଦିନ ଗାଁକୁ ଆସିବା ପରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । କେଦାରଙ୍କ ପରିବାର ଓ ଗ୍ରାମବାସୀ ନୟାଗଡ଼ ଶରଣକୁଳ ରାସ୍ତାରେ ଶବ ରଖି ଅବରୋଧ କରିଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା । ଖବରପାଇ ଶରଣକୁଳ ଏସଡିପିଓ କିରଣ ହେମ୍ବ୍ରମ , ଥାନା ଅଧିକାରୀ ଜୟଦୀପ ମହାନ୍ତି , ଓଡ଼ଗାଁ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ସଦଳବଳେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ପରେ ଓଡ଼ଗାଁ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ ପହଞ୍ଚି ରେଡ୍ରକସରୁ ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥିସହିତ ଆକ୍ରମଣ ଓ ହତ୍ୟା ଘଟଣାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିବାପାଇଁ ପୁଲିସ ପ୍ରତିଶୃତି ଦେଇଥିଲା । ସଂନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିବା ରାସ୍ତାରୋକ ରାତି ପ୍ରାୟ ୯ ଟା ବେଳକୁ ପ୍ରତ୍ୟାହୃତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

19 − 12 =