ଉପନ୍ୟାସ ‘ଅତୁଟ ଜୀବନ ରଙ୍ଗ’ ଲୋକାର୍ପିତ

0 390

ଦଶପଲ୍ଲା : ଆଜି ଦଶପଲ୍ଲାର ସ୍ୱପ୍ନ ମହାବୀର ପୀଠରେ ଅଗ୍ରଣୀ ଗଠନ ସାହିତ୍ୟ ପରିବାର ସହଯୋଗରେ ଉପନ୍ୟାସିକା ପୁଷ୍ପାଞ୍ଜଳୀ କରଙ୍କ ଲିଖିତ ଅତୁଟ ଜୀବନ ରଙ୍ଗ ଉପନ୍ୟାସ ଲୋକାର୍ପିତ ହୋଇ ଯାଇଛି । ସ୍ତମ୍ଭକାର ହାଡିବନ୍ଧୁ ମହାକୁଡଙ୍କ ସଂଯୋଜନାରେ ବହୁ ବିଜ୍ଞ ପ୍ରକ୍ଷଜ୍ଞ ସରସ୍ୱସାରସ୍ୱତ ସାଧକ ଉପାଦେୟ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଭାବରେ ଓଡ଼ିଆ ଅଧ୍ୟାପକ ଗୋବିନ୍ଦ ଦାସ ଏକ ଅବେଗିକ ଅଭିଭାଷଣରେ ଉପନ୍ୟାସିକାଙ୍କ ବିଷୟ ଓ ଚରିତ୍ରଚୟନ ମଧ୍ୟରେ ନିଜେ ନିଜକୁ ସଠିକ୍‌ ଅବସ୍ଥାପିତ କରି ପାରିଥିବାରୁ ଏହା ଆଙ୍ଗିକ ଦୃଷ୍ଟିରୁ ସଫଳ ଓ ପାଠକୀୟ ଆଦୃତି ଲାଭ ନେଇ ଆଶା ବ୍ୟକ୍ତ କରିଥିଲେ । ସମୀକ୍ଷକ ଚନ୍ଦ୍ର ବିଜୟୀ ମିଶ୍ର ଓଜସ୍ୱିନି ଅଭିଭାଷଣରେ କବି ଓ ଲେଖକମାନେ ସମାଜରେ ଅଣ ସ୍ୱୀକୃତ ବ୍ୟବସ୍ଥାପକ ଭାବେ ଅଭିହିତ କରିବା ସହିତ ବାସ୍ତବ ଅନ୍ତଃକରଣ ଜଣକୁ ଭଲ ଓ ଖରାପ ସ୍ୱୀକୃତି ଦେଇପାରେ ବୋଲି ମତ ରଖିଥିଲେ । ନିଜେ ଉପନ୍ୟାସିକା ଶ୍ରୀମତୀ କର ଏହା ନିଜସ୍ୱ ବ୍ୟକ୍ତିଗତ ଜୀବନର ଅନୁଭୂତି ଓ ଅଭିଜ୍ଞତାର ପ୍ରତିଫଳନ ବୋଲି ସୂଚନା ଦେଇଥିଲେ । ଅନ୍ତିମ ପର୍ବ ରେ ଉପସ୍ଥିତ ଦଶପଲ୍ଲାର ଦୁଇ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଲେଖିକାଙ୍କ ସମସ୍ତ ସଙ୍କଳନ ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଗଠନ ସଭାପତି ଗୁଣ୍ଡିଚା ଲେଙ୍କା, ବାଞ୍ଛାନିଧି ମିଶ୍ର, ଅରୁଣ ମହାକୁଡ, ପ୍ରଶାନ୍ତ କୁମାର ସାହୁ ଓ ବିଜୟ ବେହେରା ପ୍ରମୁଖ ସଫଳ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

18 − 17 =