ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ

0 142

ଫୁଲବାଣୀ,୧୪/୧୧ :- କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧର ଡ଼ଃ ଆମ୍ବେଦକାର ଛକରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପାରମ୍ପରିକ ରୀତିରେ ପ୍ରାର୍ଥନା ଓ ପୂଜା ପାଠ ସାରିଲା ପରେ ପ୍ରଧାନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଧଳ ପଣ୍ଡିତ ନେହେରୁଙ୍କ ତୈଳ ଚିତ୍ରରେ ପୁଷ୍ପମାଳ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଥିଲେ ଜଣେ ଜ୍ଞାନୀ ତଥା ସମାଜ ସଂସ୍କାରକ । ତାଙ୍କ ସମୟରେ ଭାରତର ବହୁ ବ୍ୟବସ୍ଥା ସୁସଂଗଠିତ ହୋଇଥିଲା । ସେ ଥିଲେ ଭାରି ଶିଶୁପ୍ରିୟ । ପୃଥିବୀର ଦେଶ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପଞ୍ଚଶୀଳ ନୀତିର ସେ ଥିଲେ ପ୍ରବର୍ତ୍ତକ ଆଦି କହିଥିବାବେଳେ ଆଚାର୍ଯ୍ୟ ପ୍ରମୋଦ କୁମାର ନାୟକ ପଣ୍ଡିତ ନେହେରୁଙ୍କ ଶିଶୁପ୍ରୀତି ବିଷୟରେ ଆଲୋକପାତ କରିବାସହ ଆଗାମୀ ଦିନରେ ଶିଶୁମାନେହିଁ ଦେଶର ଭବିଷ୍ୟତ ବୋଲି ଉଲ୍ଲେଖ କରିଥିଲେ । ଏହି ଅବସରରେ ଶିଶୁମାନେ ଶିଶୁଦିବସ ଉପରେ ଭାଷଣ ରଖିଥିଲେ । ଆଚାର୍ଯ୍ୟା ସସ୍ମିତା ପଣ୍ଡା , ସରସ୍ୱତୀ ନାୟକ, ପୁଷ୍ପଲତା ନାୟକ ପ୍ରମୁଖ ସାହାଯ୍ୟ କରିଥିଲେ । ଶେଷରେ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

3 × 1 =