ଛତ୍ରପୁର ଜଗନ୍ନାଥ ମନ୍ଦିରଠାରୁ ତାରାତାରିଣୀଙ୍କ ପୀଠ ଯାଏଁ ପତିତପାବନ ଯାତ୍ରା

0 70

ଗଞ୍ଜାମ:ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ତାରାତାରିଣୀଙ୍କ ପୀଠ ଯାଏଁ ଏକ ଆଧ୍ୟାତ୍ମିକ ପଦଯାତ୍ରାର ଆୟୋଜନ କରାଯାଇଛି । ୧୯୭୭ ମସିହାରେ ଏହି ମନ୍ଦିର ପକ୍ଷରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଥିବା ଐତିହାସିକ ପତିତ ପାବନ ପଦଯାତ୍ରାର ସ୍ମରଣପୂର୍ବକ ଆୟୋଜିତ ଏହି ପଦଯାତ୍ରାରେ ଶତାଧିକ ପୁରୁଷ ଓ ମହିଳା ଭକ୍ତ ସାମିଲ ହୋଇଛନ୍ତି । ଛତ୍ରପୁରର ଜଗନ୍ନାଥ ମନ୍ଦିର ଠାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଜଗନ୍ନାଥଙ୍କ ମୂର୍ତ୍ତି ଥିବା ଏକ ରଥକୁ ଭକ୍ତମାନେ ଟାଣି ନେଇଥିଲେ । ଚଳିତ ବର୍ଷ ୫ମ ଥର ପାଇଁ ଏଭଳି ଯାତ୍ରାର ଆୟୋଜନ କରାଯାଇଥିବା ବେଳେ ପୂର୍ବରୁ ୧୯୮୦ରେ ପୁରୀ, ୧୯୮୫ରେ କଣ୍ଟିଲୋ, ୨୦୧୯ରେ ପଞ୍ଚମା କୁ ଏଭଳି ଯାତ୍ରାର ଆୟୋଜନ ହୋଇଥିଲା । ୩୦ କିମିର ଏହି ପଦଯାତ୍ରା ବେଳେ ସେମାନେ ବିଭିନ୍ନ ଗ୍ରାମ ରାମଚଣ୍ଡୀ, ଆଲିଆବାଦ, କରପଡା, ମୁନିସିପେଣ୍ଠ, ମାଧପୁର ହିଣ୍ଡୁଳା, ଷୋଳଘର ଦେଇ ରାଇପୁର ପଞ୍ଚାୟତର ତାରା ତାରିଣୀଠାରେ ପହଞ୍ଚି ଥିଲେ । ବାଟରେ ଶ୍ୟାମାକାଳୀ ଯୁବକ ସଂଘ ଓ ଗୋବା ଗ୍ରାମ ଠାରେ ଯାତ୍ରାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ମନ୍ଦିର ପରିଚାଳକ ଜଗବନ୍ଧୁ ପାଣିଗ୍ରାହୀ, ଆଦିକନ୍ଦ ପାଣିଗ୍ରାହୀଙ୍କ ସମେତ ବହୁ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − fourteen =