ଖରିଫ ଧାନକ୍ରୟକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

0 78

ସୋନପୁର : ଚଳିତ ଖରିଫ ଧାନକ୍ରୟକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି । ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକୁ କ୍ରିୟାଶୀଳ ତଥା ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ଗୋଷ୍ଟୀ ଉନ୍ନୟନ ଅଧିକାରୀମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ପରାମର୍ଶ ଦେଇଛନ୍ତି । ଗତ ୭.୧୧ ରେ ଏ ସମ୍ପର୍କିତ ଏକ ବୈଠକରେ ଜିଲ୍ଲାପାଳ ପ୍ରତ୍ୟେକ ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ସଭ୍ୟ / ସଭ୍ୟା ମାନଙ୍କୁ ଧାନର ମାନ, ସହାୟକ ମୂଲ୍ୟ ଓ କମିଟିର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିବାକୁ ପ୍ରତ୍ୟେକ ବ୍ଲକ ସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖରିଫ ଧାନ କ୍ରୟ ୨୦୨୨-୨୩ ଆରମ୍ଭ ହେବା ପୂର୍ବରୁ ଆସନ୍ତା ୩୦ସୁଦ୍ଧା ସମସ୍ତ ରାଇସ ମିଲ ଚାଉଳ ଦେୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ମିଲ ଗୁଡିକୁ ପରିଦର୍ଶନ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଂପ୍ରତି ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକର ବୈଠକ ଆହୁତ ହୋଇ ସଭ୍ୟ /ସଭ୍ୟା ମାନଙ୍କୁ ଏହାର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରାଯାଉଛି । ଏହି କ୍ରମରେ ଜିଲ୍ଲାପାଳ ନିଜେ ହିଲୁଙ୍ଗ ଓ ଉଫୁଲା ସୋସାଇଟି ପରିଦର୍ଶନ କରି ଏ ବିଷୟରେ ଆଲୋଚନା କରିଥିଲେ । ଖରିଫ ଧାନ କ୍ରୟ ୨୦୨୨-୨୩ ବର୍ଷରେ ଭାଗ ନେବା ପାଇଁ ପ୍ରତ୍ୟେକ ମିଲର ୩୦ତାରିଖ ସୁଦ୍ଧା ପୂର୍ବ ବର୍ଷର ସମସ୍ତ ଚାଉଳ ପ୍ରଦାନ କରିବା ବିଧେୟ ଅଟେ । ଏଣୁ ଏ ସମ୍ବନ୍ଧରେ ତତ୍ପର ହେବା ପାଇଁ ଜିଲ୍ଲାପାଳ ସମସ୍ତ ସରକାରୀ ଅଧିକାରୀ, ମିଲର ଓ ଉଚ୍ଚସ୍ତରୀୟ ଜିଲ୍ଲା ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × two =