ପାଟଣାଗଡ଼:ପାଟଣାଗଡ଼ ସ୍ଥାନୀୟ ବ୍ରହ୍ମପୁରା ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ୧୪୭ତମ ସହିଦ ବୀର ବୀର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ରାଜ୍ୟସଭା ସାଂସଦଙ୍କ ପାଟଣାଗଡ଼ ବ୍ଲକ ପ୍ରତିନିଧି ଶ୍ରୀମତୀ ସନ୍ତୋସିନୀ ବିଶିଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସହିଦ ବୀର ଧରତୀ ଆବା ବୀର୍ସା ମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ, ଦୀପପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବୀର ବୀର୍ସା ମୁଣ୍ଡା ନିଜର ଜୀବନକୁ ବାଜି ଲଗେଇ ଆଦିବାସୀ ମାନଙ୍କ ହକ, ଅଧିକାର,ଜଳ, ଜଙ୍ଗଲ, ଜମିନ ପାଇବା ପାଇଁ ଅହରହ ଆନ୍ଦୋଳନ କରି ଇଂରେଜ ମାନଙ୍କ ଆଖିରୁ ନିଦ ହଜେଇ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମରେ ନିଜକୁ ଜଳାଞ୍ଜଳି ଦେଇ ଦେଶ ସ୍ୱାଧୀନତା ହେବାରେ ମୁଖ୍ୟ ଭୂମିକା ନିଭେଇଥିଲେ ବୀର୍ସା ମୁଣ୍ଡା । ତାଙ୍କର ବଳିଦାନ ଯୋଗୁଁ ଆମେ ଆଜି ମୁଣ୍ଡ ଟେକି ଚାଲି ପାରୁଛୁ ,ହକ ଅଧିକାର ପାଇ ପାରୁଛୁ ,ସାମ୍ବିଧାନିକ ଅଧିକାର ପାଇ ପାରୁଛୁ ବୋଲି ବକ୍ତାମାନେ ବକ୍ତବ୍ୟ ଦେଇଥିଲେ ।