ରାସ୍ତାକଡରୁ ଉଦ୍ଧାର ଶିଶୁଙ୍କୁ ବିଦ୍ୟାଳୟରେ ଭର୍ତ୍ତିକଲେ ଜିଲ୍ଲାପାଳ

0 121

ସୁବର୍ଣ୍ଣପୁର,୧୫/୧୧- ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଳା ପ୍ରଶାସନ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନନ୍‌ହେ ଫରିସ୍ତେ “ମୁଁ ବି ପଢ଼ିବି’ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଶୁଭାରମ୍ଭ କରିଛନ୍ତି । ସୁରେଶ୍ୱରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଶିଶୁ ଦିବସ ଅବସରରେ ୮ ଜଣ ଶିକ୍ଷାରୁ ବଞ୍ଚିତ ଶିଶୁ ଗୀତାଞ୍ଜଳି, ନିଖିଳ, ଅଖିଳ, ଅର୍ଜୁନ, ଲକ୍ଷ୍ମଣ, ସୀମା, କ୍ରିଷ୍ଣା ଓ ଆଞ୍ଚଲକୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ବିଦ୍ୟାଳୟରେ ନାମ ଲେଖାଇବା ସହ ପାଠପଢ଼ାର ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ବ୍ୟକ୍ତିଗତ ଭାବରେ ଶିଶୁମାନଙ୍କ ସହ ଭାବବିନିମୟ କରି ଶିଶୁଙ୍କ ପାଠ ପଢିବା ଆଗ୍ରହକୁ ଦେଖି ଖୁସି ବ୍ୟକ୍ତ କରିଥିଲେ । ସମସ୍ତ ଶିଶୁଙ୍କୁ ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲଡ ଲାଇନର କର୍ମକର୍ତ୍ତା ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ପିଲାମାନଙ୍କୁ ସ୍କୁଲ ବ୍ୟାଗ, ଶୀତବସ୍ତ୍ର, ପାଣି ବୋତଲ, ଟିଫିନ ବକ୍ସ, ଖାତା, ପେନ, ପେନସିଲ ଇତ୍ୟାଦି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ସୋନପୁର ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ ଏସ ଡି ପି ଓ ନିଙ୍ଗୀ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଯୋଗଦାନ କରି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଭା ସଂଯୋଜନା କରିଥିଲେ । ଜିଲ୍ଲା ଶିକ୍ଷା ବିଭାଗ କର୍ମକର୍ତ୍ତା, ବିଭାଗୀୟ କର୍ମଚାରୀ, ଚାଇଲଡ ଲାଇନ ସଦସ୍ୟ ସଦସ୍ୟା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଏହି ପ୍ରକାର କାର୍ଯ୍ୟକ୍ରମ ପ୍ରତିମାସ ଚାଲୁ ରହିବ ଏବଂ କୌଣସିବି ସେହିପରି ଶିଶୁ ଉଦ୍ଧାର ହେଲେ ସେମାନଙ୍କୁ ବିଦ୍ୟାଳୟରେ ପାଠ ପଢ଼ିବାର ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚୀତ କରାଯାଇଛି ।

hiranchal ad1
Leave A Reply

Your email address will not be published.

six − 5 =