ଜାତୀୟ ପ୍ରେସ ଦିବସ ଉପଲକ୍ଷେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା

0 67

ବୌଦ୍ଧ,୧୫/୧୧- ସ୍ଥାନୀୟ ଯୋଗେନ୍ଦ୍ରଦେବ ହାଇସ୍କୁଲ ପରିସରରେ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜୁନିଅର ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ଆର୍ଯ୍ୟ ନାରାୟଣ ଦେବ, ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ -ପ୍ରଥମ, ମନୀଷା ରାଣୀ ପୁରୋହିତ,ସରକାରୀ ବାଳିକା ଉଚ୍ଚ଼ବିଦ୍ୟାଳୟ -ଦ୍ୱିତୀୟ, ଆରଚି ଚିନ୍ମୟୀ ପ୍ରଧାନ, ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ –ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଜୁନିୟର ସ୍ତରୀୟ ଇଂରାଜୀ ବକ୍ତୃତାରେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରୟାସ ପ୍ରତୀକ ପାଣିଗ୍ରାହୀ -ପ୍ରଥମ, ସଂତୃପ୍ତି ସାହୁ -ଦ୍ୱିତୀୟ, ସଂଜିତା ସାହୁ -ତୃତୀୟ ଏବଂ ସିନିୟର ସ୍ତରୀୟ (ମହାବିଦ୍ୟାଳୟ )ବକ୍ତୃତା ପ୍ରତିଯୋଗିତାରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଏଲ. ରାହୁଲ ରାଓ -ପ୍ରଥମ, ବର୍ଷାରାଣୀ ମେହେର -ଦ୍ୱିତୀୟ, ଶ୍ରଦ୍ଧାଞ୍ଜଳି ସାହୁ -ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରେସ୍‌ ଦିବସ ଅବସରରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ (ଜ଼ିଲ୍ଲା ପାଠଗାର )ଠାରେ ଦିବା ୧୧ଘଟିକା ସମୟରେ ସେମାନଙ୍କୁ ପୁରସ୍କୃତ କରାଯିବ । ଆଜିର ଏହି ବକ୍ତୃତା ପ୍ରତିଯୋଗିତାରେ ୩୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବରେ ସାହିତ୍ୟିକ ରମେଶ ପ୍ରସାଦ ମେହେର, ପ୍ରଧାନଶିକ୍ଷକ, ଟୁଟସିଙ୍ଗା ଉଚ୍ଚ଼ବିଦ୍ୟାଳୟ ରାଧାମୋହନ ମାହାଣା, ସାହିତ୍ୟିକ ନୀଳଲୋହିତ ମହାପାତ୍ର, ପ୍ରଧାନଶିକ୍ଷକ, ୟୁ. ପି ସ୍କୁଲ, ଖଲିଆବଗିଚା ସୁଶାନ୍ତ କୁମାର ମହାପାତ୍ର ବିଚାରକ ଭାବେ ଯୋଗ ଦେଇଥିବା ବେଳେ ଜ଼ିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିରଞ୍ଚି ଧରୁଆ, ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

one × four =