ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ୨୦୨୨ ଅନୁଷ୍ଠିତ

0 65

ନନ୍ଦାହାଣ୍ଡି,୧୫/୧୧- ଆଜି ନନ୍ଦାହାଣ୍ଡି ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋଟ୍ରାଗୁଡା ଠାରେ ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରିୟଚାନ୍ଦ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନନ୍ଦାହାଣ୍ଡି ବ୍ଲକର ତିନିଗୋଟି ଅନୁସୁଚିତ ଜାତି ଓ ଜନଜାତି ବିଦ୍ୟାଳୟର ଛାତ୍ରୀମାନେ ଚିତ୍ରାଙ୍କନ, ବକୃତା, ନୃତ୍ୟ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତିନିଗୋଟି ବିଦ୍ୟାଳୟର ଛାତ୍ରୀମାନେ ବିଭିନ୍ନ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟରେ କଟ୍ରାଗୁଡା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ନିସନାହାଣ୍ଡି ଦ୍ୱିତୀୟ ଓ ବିଞ୍ଜିଗୁଡା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ନନ୍ଦାହଣ୍ଡି ବ୍ଲକର ତହସିଲଦାର ବନମାଳୀ ମେହେର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିବାବେଳେ ଉଦଯାପନୀ ଉତ୍ସବରେ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼, ସାଂସଦ ପ୍ରତିନିଧି ସଦାଶିବ ସାହୁ , ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ , ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହରିହର ବେହେରା, ବିଦ୍ୟାଳୟ ସଭାପତି ସୁନ୍ଦର ନାୟକ , ନିସନାହାଣ୍ଡ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ତ୍ରିପାଠୀ , ବିଞ୍ଜିଗୁଡ଼ା ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମିଶ୍ର ଯୋଗ ଦେଇଥିଲେ । ପ୍ରଭଞ୍ଜନ ତ୍ରିପାଠୀ , ପ୍ରକାସିନୀ ଚୈଧୁରୀ ଓ ରମେଶ ତ୍ରିପାଠୀ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ପାଣୀ ମଞ୍ଚ ପରିଚାଳନା କରିଥିଲେ । କଟ୍ରାଗୁଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲେଇଥିବା ବେଳେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

15 + five =