ସୁପ୍ରିମକୋର୍ଟର ବାରଣ ସତ୍ତ୍ୱେ ଓକିଲଙ୍କ ଆନ୍ଦୋଳନ ଅବ୍ୟାହତ

0 90

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଡାକରାକ୍ରମେ ପ୍ରତି ବୁଧବାର ପରି ଆଜି ମଧ୍ୟ ସମସ୍ତ ବିଚାର ବିଭାଗୀୟ କାର୍ଯ୍ୟାଳୟ ବନ୍ଦ କରିଦିଆଯାଇଛି, ଯଦିଓ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ସୁପ୍ରିମ କୋର୍ଟ ପକ୍ଷରୁ ବାରଣ କରାଯାଇଛି । ଜିଲ୍ଲାଜଜଙ୍କ ନେତୃତ୍ୱରେ ସବୁ ଜିଲ୍ଲା ସ୍ତରୀୟ ବିଚାର ବିଭାଗୀୟ ଅଧିକାରୀମାନେ ପ୍ରତିଦିନ ପରି ଆଜି ସେମାନଙ୍କ ସମୟ ଅନୁସାରେ କାର୍ଯ୍ୟାଳୟକୁ ଯିବାପାଇଁ ଆସିଥିଲେ କିନ୍ତୁ କଚେରୀ ଛକରେ ଆନ୍ଦୋଳନକାରୀ ଓକିଲଙ୍କ ବିରୋଧ ଯୋଗୁଁ ଫେରିବା ପାଇଁ ବାଧ୍ୟ ହୋଇଥିଲେ । ସେଠାରେ ଜିଲ୍ଲା ଜଜଙ୍କ ସହିତ ଜିଲ୍ଲା ଓକିଲ ସଂଘ ସଭାପତି ଆଲୋଚନା କରି ଆନ୍ଦୋଳନ ବିଷୟରେ ବୁଝାଇ ଦେଇଥିଲେ ।

hiring

ତାଙ୍କ କହିବା ଅନୁସାରେ ସୁପ୍ରିମକୋର୍ଟ ଓ ଏହାର ନିର୍ଦ୍ଦେଶ ପ୍ରତି ଓକିଲ ସଂଘର ଯଥେଷ୍ଟ ସମ୍ମାନ ରହିଛି ତଥାପି ଏହି ନିର୍ଦ୍ଦେଶର ବିରୋଧ କରିବା ପାଇଁ ସେମାନେ ବାଧ୍ୟ । କାରଣ ଏହି ଅଞ୍ଚଳର ସ୍ୱାର୍ଥ ରକ୍ଷା କରିବା ତାଙ୍କର କର୍ତ୍ତବ୍ୟ । ସେ ପୁଣି ସ୍ପଷ୍ଟ କରିଦେଲେ ଯେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ରେ ନିୟମିତ ନିର୍ବାଚନ ହୋଇ କର୍ମକର୍ତ୍ତା ନିର୍ବାଚିତ ହେଉଛନ୍ତି ତ ଅନ୍ୟପଟେ ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟର ଓକିଲ ସଂଘ ଉଭୟେ ମନୋନୀତ, ଏଣୁ ଆମ ବିଷୟରେ ସେମାନଙ୍କ ମତାମତ ଗ୍ରହଣୀୟ ନୁହେଁ । ସଭାପତି ଏକ ଗମ୍ଭୀର ଅଭିଯୋଗ ଆଣି କହିଲେ ଯେ ଦୁର୍ଭାଗ୍ୟବଶତଃ ସମ୍ବଲପୁର ଜିଲ୍ଲା ଓକିଲ ସଂଘର କାର୍ଯ୍ୟକଳାପ ବିଷୟରେ ଓଡ଼ିଶା ହାଇକୋର୍ଟର ଓକିଲ ସଂଘ ଭ୍ରମିତ କରିଛନ୍ତି ଓ ଏହାର ବାସ୍ତବିକ ତଥ୍ୟ ବିଷୟରେ ସୁପ୍ରିମକୋର୍ଟ ଅବଗତ ହେବା ଉଚିତ ।

hiranchal ad1
Leave A Reply

Your email address will not be published.

1 × three =