ଟୋପାଏ ପିଇବାପାଣି ପାଇଁ ଡ଼ହଳ ବିକଳ ମର୍ଦ୍ଦାବାଡି ଗ୍ରାମବାସୀ

0 75

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୁଗୁଡିପଡା ପଞ୍ଚାୟତର ମର୍ଦ୍ଦାବାଡି (ନଇସାହି) ଗ୍ରାମବାସୀ ପାନୀୟଜଳ ପାଇଁ ଭୋଗୁଛନ୍ତି ନାହିଁ ନଥିବା ଦୁର୍ଦ୍ଦଶା । ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂର ବୃତ୍ତଙ୍ଗ ନଦୀ ଶଯ୍ୟାରେ ଚୁଆଖୋଳି ସଂଗ୍ରହ କରୁଛନ୍ତି ପାନୀୟଜଳ । ଗାଁରେ ଥିବା ଏକମାତ୍ର ନଳକୂପ ପାଣି ଖାରିଆ ଲାଗିବା ସହିତ ଲୁହା ଗୁଣ୍ଡ ପାଣି ବାହାରୁଥିବାରୁ ଖାଦ୍ୟ ରୋଷେଇ କଲେ ସେସବୁ ହଳଦିଆ ପଡିଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବର୍ଷାଦିନେ ଭରା ନଦୀ ମଧ୍ୟକୁ ଯାଇ ଏପରିକି କାଦୁଅ ପଚପଚ ରାସ୍ତାରେ ଗରା ବାଲ୍ଟି ବୋହି ଦୀର୍ଘ ପଥ ଚାଲିଚାଲି ପାଣି ସଂଗ୍ରହ କରୁଛନ୍ତି । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ପିଇବା ପାଣି ପାଇଁ ଏଭଳି ଦୁର୍ଦ୍ଦଶା ଦେଖିଲେ ଯୋଜନା ସବୁ କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

hiranchal ad1
Leave A Reply

Your email address will not be published.

11 − 5 =