‘ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୁମିକା’ ଶୀର୍ଷକ ଉପରେ ଆଲୋଚନାଚକ୍ର

0 62

ବୌଦ୍ଧ,୧୬/୧୧ – ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ବନମାଳୀ ପାଣିଗ୍ରାହୀ, ରଜନୀକାନ୍ତ ଦାଶ, ରବିନ୍ଦ୍ର ରାଉତ, ଦେବାଶିଷ ପୁରୋହିତ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ସାହିତ୍ୟିକ ରମେଶ ମେହେର, ନୀଳଲୋହିତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଅତିଥି ପରିଚୟ ପ୍ରଦାନ କରିବାସହିତ ସଭା ପରିଚାଳନା କରିଥିଲେ । ଆଜିର ବିଷୟବସ୍ତୁ ‘ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୁମିକା’ ଶୀର୍ଷକ ଉପରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ସାମ୍ବାଦିକମାନେ ସତ୍ୟ, ତଥ୍ୟଭିତ୍ତିକ ଓ ଗଠନମୂଳକ ଖବର ପରିବେଷଣ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଖବର ସଂଗ୍ରହ ସମୟରେ ସାମ୍ବାଦିକମାନଙ୍କୁ ବହୁ ବାଧାବିଘ୍ନର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ପ୍ରଶାସନ ଓ ରାଜ୍ୟସରକାରଙ୍କ ତରଫରୁ ସାମ୍ବାଦିକମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଲେ ସାମ୍ବାଦିକତା ବୃତ୍ତି ପ୍ରତି ଆଗ୍ରହ ସୃଷ୍ଟି ହେବ ।

hiring

ପୂର୍ବରୁ ଅନୁଷ୍ଠିତ ହୋଇଥିବା ସ୍କୁଲ ଓ କଲେଜସ୍ତରୀୟ ବକ୍ରୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ କଣ୍ଟାମାଳର ପ୍ରଜ୍ଞା ପରିମିତା ପାଢ଼ୀ ଏବଂ ଶିକ୍ଷକ ପ୍ରଦୀପ ସାହୁ ସ୍ୱ ରଚିତ କବିତା ପାଠ କରିଥିଲେ ।ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ସକାଳ’ର ଜିଲ୍ଲା ପ୍ରତିନିଧ ଦିବ୍ୟ ରଞ୍ଜନ ପଟ୍ଟନାୟକ, ‘ସମୟ’ର ଜିଲ୍ଲା ପ୍ରତିନିଧି ରଘୁନାଥ ଷଡଙ୍ଗୀଙ୍କ ସମେତ ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତା , ଅମରେଶ ମିଶ୍ର, କମ୍ଭୁଧର କ୍ଷେତୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିରଞ୍ଚି ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × three =