କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା :
ଅଭିଯୁକ୍ତ ନାବାଳକ ନୁହେଁ : ସୁପ୍ରିମକୋର୍ଟ

0 45

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଲୋମହର୍ଷଣକାରୀ ଘଟଣାର ଜଣେ ଅଭିଯୁକ୍ତ ପୂର୍ବରୁ ନିଜକୁ ନାବାଳକ ବୋଲି କହି ଚାଲିଥିଲା । ହେଲେ ସୁପ୍ରିମକୋର୍ଟ ଉକ୍ତ ଅଭିଯୁକ୍ତକୁ ନାବାଳକ ନୁହେଁ, ବରଂ ସାବାଳକ ବୋଲି କହିଛନ୍ତି । ୮ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରିବା ବେଳେ ସେହି ଅଭିଯୁକ୍ତ ଜଣକ ନାବାଳକ ନଥିଲା । ତେଣୁ ଅନ୍ୟ ସାବାଳକ ଅଭିଯୁକ୍ତଙ୍କ ଭଳି ତା’ର ବିଚାର କରିବାକୁ ସର୍ବୋଚ୍ଚ ଅଦାଲତକ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ଜେବି ପାରଡିୱାଲାଙ୍କ ଖଣ୍ଡପୀଠ ନିମ୍ନ ଅଦାଲତ ଏ ସମ୍ପର୍କରେ ଦେଇଥିବା ରାୟକୁ ରଦ୍ଦ କରିଛନ୍ତି । ଖଣ୍ଡପୀଠ କହିଛନ୍ତି, ବୟସ ସଂକ୍ରାନ୍ତରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣର ଅନୁପସ୍ଥିତିରେ ମେଡିକାଲ ମତାମତକୁ ବିଚାରକୁ ନିଆଯାଇପାରିବ । ତେବେ ମେଡିକାଲ ମତାମତ ଗ୍ରହଣ କରାଯିବ କି ନାହିଁ, ସେକଥା ପ୍ରମାଣର ଗୁରୁତ୍ୱ ଉପରେ ନିର୍ଭର କରିବ ବୋଲି ଖଣ୍ଡପୀଠ କହିଛନ୍ତି । କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଶୁଭମ ସାଙ୍ଗ୍ରାକୁ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍‌ଟ୍ରେଟ ଓ ହାଇକୋର୍ଟ ନାବାଳକ ଭାବେ ବିବେଚନା କରିଥିଲେ । ଏଥିସହ ତା’ର ବିଚାର ସ୍ୱତନ୍ତ୍ର ଭାବେ କରିବାକୁ କହିଥିଲେ । ତେବେ ଆଜି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶକୁ ରଦ୍ଦ କରି ଦେଇଛନ୍ତି । ଜଷ୍ଟିସ ପାରଡିୱାଲା କହିଛନ୍ତି, “ଆମେ ସିଜେଏମ କଠୁଆ ଓ ହାଇକୋର୍ଟ ଦେଇଥିବା ରାୟକୁ ଆମେ ଗ୍ରହଣ କରୁନାହୁଁ । ଆମେ ଏହି ନିଷ୍ପତ୍ତି ନେଉଛୁ ଯେ ଅପରାଧ ଘଟାଇବା ବେଳେ ଅଭିଯୁକ୍ତ ନାବାଳକ ନଥିଲା । ତେଣୁ ତା’ ବିଚାର ସାବାଳକ ଭାବେ କରାଯାଉ ।” ୨୦୧୮ ଜାନୁଆରୀ ମାସରେ ୮ ବର୍ଷୀୟ ନାବାଳିକାଙ୍କୁ ଅପହରଣ କରାଯାଇଥିଲା । ତାଙ୍କୁ ଗୋଟିଏ ମନ୍ଦିର ଭିତରେ ପଣବନ୍ଦୀ କରି ରଖାଯିବା ସହ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

11 − 3 =