କଣ୍ଟାମାଳ ସାମ୍ବାଦିକ ସଂଘ (କବ୍ଚା)ର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦଯାପିତ

0 55

କଣ୍ଟାମାଳ : ନାଚ,ଗୀତ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ କଣ୍ଟାମାଳବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଦୁଇ ଦିନିଆ ପ୍ରତିଷ୍ଠା ତଥା ବାର୍ଷିକ ଉତ୍ସବ ଗତ ୧୫ ତାରିଖ ବିଳମ୍ବିତ ରାତ୍ରୀରେ ଧରି ଆୟୋଜିତ ହୋଇ ଆସୁଥିବା କଣ୍ଟାମାଳବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଷଷ୍ଠ ବାର୍ଷିକ ଉତ୍ସବ ଗତକାଲି ଉଦଯାପିତ ହୋଇ ଯାଉଦଯାପିତ ହୋଇ ଯାଇଛି । କଣ୍ଟାମାଳ ସାମ୍ବାଦିକ ଭବନ ପରିସରରେ ଥିବା ହରିଶଙ୍କର କଳା ମଣ୍ଡପରେ ଗତ ୧୪ ତାରିଖରେ ଉଦଘାଟିତ ଏହି ଉତ୍ସବ କବ୍ଚାର ଉପଦେଷ୍ଟା ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ସମ୍ମାନୀତ ଅତିଥିଭାବେ ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରତ୍ୟଷ ପ୍ରିୟଦର୍ଶୀ ରଥ, କଣ୍ଟାମାଳ ଓକିଲ ସଂଘର ସଭାପତି ଦୁତିଆ ଚରଣ ସାହୁ , ମୁଖ୍ୟବକ୍ତାଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଯୋଗ ଦେଇ ଥିଲେ ।

hiring

ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ଆୟୋଜିତ ଶିଶୁ ପ୍ରତିଭା ଅନ୍ୱେଷଣର କୃତୀ ଶିଶୁ ପ୍ରତିଭାଧାରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସିମତି ଅଧ୍ୟକ୍ଷା ସସ୍ମିତା ସେନାପତି ଯୋଗ ଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଯୋଗୁଁ ରାଷ୍ଟ୍ରର ବିକାଶ ଧାରା ବେଶ ଶୃଙ୍ଖଳିତ ବୋଲି କହିବା ସହ ଆମ ରାଜ୍ୟର ସାମ୍ବାଦିକ ଓ ହକର ମାନଙ୍କ ହିତ ସାଧନ ପାଇଁ ନବୀନ ପଟ୍ଟନାୟକ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଓ କୋଭିଡ ସମୟରେ କୋଭିଡ ଯୋଦ୍ଧା ଘୋଷଣା ଓ ମୃତ୍ୟୁ ବରଣ କଲେ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ଏକ ଐତିହାସିକ ନିଷ୍ପତ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିିଥିଭାବେ ଶ୍ରମିକ ନେତା ଶ୍ରୀକାନ୍ତ ମିଶ୍ର, ସରପଞ୍ଚ ସଂଘର ସଭାପତି ଶାର୍ଦ୍ଦୁଳ ନାଗ, ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, କଣ୍ଟାମାଳ ତହସିଲଦାର କର୍ଣ୍ଣ ମଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ ଏବଂ ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ସନ୍ତୋଷକୁମାର ବିଶି ଯୋଗ ଦେଇଥିଲେ । ସଂଘର ଉପଦେଷ୍ଟା ଜୟକୁମାର ମହାରଣା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ସଂଘ ତରଫରୁ ଚଳିତ ବର୍ଷ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆ ସାମ୍ବାଦିକ ସମ୍ମାନ କଣ୍ଟାମାଳବ୍ଳକ ସମ୍ବାଦର ବ୍ଳକ ପ୍ରତିନିଧି ସୁଶୀଳକୁମାର ମିଶ୍ର, କୃଷି ଓ କୃଷକ ସମ୍ମାନ ଖଟଖଟିଆର ତ୍ରିପୁରାରୀ ପ୍ରଧାନ ଏବଂ ସମାଜ ଓ ସାମାଜିକ ସମ୍ମାନ ମାଁ କନ୍ଧେନ ବୁଢୀ ପ୍ରଡ୍ୟୁସର ଗ୍ରୃଫ, ଘୁଲଘୁଲାପଦରକୁ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇ କରାଯାଇଥିବା ବେଳେ ଶାଶ୍ୱତ ମେଲୋଡିକୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଲୋକେ ଉପଭୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଘର ସଦସ୍ୟ ପ୍ରଭାତକୁମାର ସାହୁ, ରଞ୍ଜନକୁମାର ପାତ୍ର, ଦେବାଶିଷ ମଲିକ, ସୁଦର୍ଶନ ବଘାର, ବଳରାମ ବାଘ, ବଂଶୀଧର ମାଝୀ, ଅକୃର ସାହୁ, ଗୋବର୍ଦ୍ଧନ ସାହୁ, ଅନନ୍ତ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × 4 =