ଫୁଲବାଣୀ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ

0 56

ଫୁଲବାଣୀ: ଖରିଫ୍‌ ବର୍ଷ- ୨୦୨୨-୨୩ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ୱରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଯେଉଁ ମଣ୍ଡିଗୃହ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଅଧାରେ ପଡ଼ିରହିଛି ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ସଂପୃକ୍ତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ କୁହାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ମଣ୍ଡି ଗୃହ ଗୁଡ଼ିକୁ ଏଭଳି ଭାବରେ ତିଆରି କରିବା ଦରକାର ଯେପରିକ ଧାନ କିଣା ପରେ ପରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା’ ମାନଙ୍କ କାମରେ ଲାଗିପାରିବ । ଯଦି ଆବଶ୍ୟକ ପଡେ ତେବେ ଅତିରିକ୍ତ ମିଲର୍‌ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଗତବର୍ଷ ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ଧାନ କ୍ରୟ କରାଯାଇଥିଲେ ବି କେତେଗୁଡ଼ିଏ ଚାଷୀଙ୍କର ଧାନ ବିକ୍ରୟ ହୋଇପାରି ନାହିଁ । ସେଥିପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ସେହିପରି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର କହିଲେ ଗତଥର ଚାଷୀମାନଙ୍କର ବିଶେଷକରି ଲଣ୍ଡାଗାଁ ଚାଷୀମାନଙ୍କର ଧାନ ବିକ୍ରୟ ନ ହୋଇ ରହିଯାଇଛି । ତେଣୁ ଜିଲ୍ଲାରେ ଆଉ ଜଣେ ମିଲର୍‌ଙ୍କର ଆବଶ୍ୟକତା ରହିଛି । ଲଣ୍ଡାଗାଁରେ ରବି ଫସଲ ପାଇଁ ମଣ୍ଡି ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାପାଇଁ କହିଥିଲେ । ବେସାମରିକ ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ୱାଇଁ ଚଳିତ ବର୍ଷର ଧାନ କ୍ରୟ ପାଇଁ ସରକାରଙ୍କ ଯୋଜନା ସବୁ କ’ଣ ରହିଛି ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ କେଉଁ କେଉଁ ବ୍ୟବସ୍ଥା କରିଛି ସେ ବିଷୟରେ ବୈଠକରେ ସୂଚନା ଦେଇଥିଲେ । ସେ କହିଲେ ଧାନ କ୍ରୟରେ ଅସୁବିଧା ନ ହେବା ପାଇଁ ନୋଡାଲ ଅଫିସର ନିଯୁକ୍ତି ହେବା ସହିତ ଜିଲ୍ଲା ବେସାମରିକ ଯୋଗାଣ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ଖୋଲାଯିବ । ଅଧିକ ମଣ୍ଡି ବ୍ୟାବସ୍ଥା କରିବା ପାଇଁ ଚାଷୀମାନେ ଆବେଦନ କଲେ ତାହା କୃଷି ବିଭାଗକୁ ଜଣାଇଦିଆଯିବ । ସେହିପରି ଟୋକନ୍‌ଗୁଡ଼ିକୁ ପ୍ରଦର୍ଶନ କରାଯିବା ସହିତ ଫାର୍ମର କମିଟିକୁ ଜଣାଇ ଦିଆଯିବ । ବିକ୍ରୟ ପାଇଁ ଅସିଥୁବା ଧାନକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ରଖିବା ପାଇଁ ବ୍ୟବସ୍ଥା କରାଯିବ । ଗତବର୍ଷ ୩ ହଜାର ୯୧୧ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ୪ହଜାର ୩୩୩ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ସମସ୍ତଙ୍କ ନିଷ୍ପତିକ୍ରମେ ଚଳିତ ବର୍ଷ ତା ୨୦.୧୨. ୨୦୨୨ରିଖରୁ ବାଲିଗୁଡ଼ା ଉପଖଣ୍ଡରୁ ଧାନ କ୍ରୟ କରିବା ଅରମ୍ଭ ହେବ ବୋଲି ସ୍ଥିର କରାଗଲା । ସେହିପରି ତା ୨୭.୧୨.୨୦୨୨ରିଖରୁ ଫୁଲବାଣୀ ଉପଖଣ୍ଡରୁ ଧାନ କ୍ରୟ ଆରମ୍ଭ କରାଯିବ ବୋଲି ସ୍ଥିର କରାଗଲା । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, କନ୍ଧମାଳ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସମେତ ଫାର୍ମର ପ୍ରତିିନିଧି, ମିଲର୍‌,ନିୟନ୍ତ୍ରିତ ବଜାର କମିଟି ଗୁଡ଼ିକର ସମ୍ପାଦକ, ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

20 + 18 =