ପାଞ୍ଚ ଦିନରେ ଗଲାଣି ଦୁଇଜଣଙ୍କ ଜୀବନ, ୪ ଅସୁସ୍ଥ; କାରଣ ଅସ୍ପଷ୍ଟ

0 63

ନବରଙ୍ଗପୁର:- ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମପଞ୍ଚାୟତର ବଡିପଦର ଗ୍ରାମରେ ଦିନକୁ ଦିନ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଛି । ଗତ ପାଞ୍ଚ ଦିନ ଭିତରେ ଦୁଇ ଜଣଙ୍କ ମୃତ୍ୟୁ ହେଇଥିଲା ବେଳେ ଚାରି ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି । ହଠାତ ଗ୍ରାମବାସୀ ଅସୁସ୍ଥ ହେବା ଦେଖି ସମସ୍ତଙ୍କ ମନରେ ଏକ ଭୟବରଣ ବାତାବରଣ ସୃଷ୍ଟି ହୋଇଛି । ଗତ ଏଗାର ତାରିଖ ଦିନ ପ୍ରଥମେ ଭାରସୁ ଜାନୀ ପଞ୍ଚାବନ ବୟସରେ ମୃତ୍ୟୁ ବରଣ କରିଥିଲେ, ତାର ଦୁଇ ଦିନପରେ ପାଖ ଗ୍ରାମ କଂସାରି ଗୁଡାର ଚୈତୁ ଜାନୀ ବୋଡିପଦରରେ ସମ୍ପର୍କୀୟ ଘରେ ରହି ନିଜ ଗାଁକୁ ଫେରି ଆସିଥିଲେ । ତାର କିଛି ଦିନ ଭିତରେ ସେ ବି ମୃତ୍ୟୁ ବରଣ କରିଛନ୍ତି । ୧୬ ତାରିଖ ଦିନ ସେହି ବୋଡିପଦର ଗ୍ରାମର କରନଦେଇ ଜାନୀ(୫୦)ବର୍ଷ ର ମହିଳାଙ୍କ ମୃତ୍ୟୁ ହୋଇଛି । ଏହି ପାଞ୍ଚ ଦିନ ଭିତରେ ଚାରି ଜଣ ଅସୁସ୍ଥ ହୋଇ ଥିଲା ବେଳେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । ଏହି ପରିସ୍ଥିତି ଦେଖି ପାଖପଡୋଶୀ ଗ୍ରାମର ଲୋକମାନଙ୍କ ମନରେ ଏକ କୋକୁଆଭୟ ଦେଖାଦେଲାଣି ଏବଂ ସେହି ଗ୍ରାମକୁ ଯିବାଆସିବା ବନ୍ଦ କରି ଦେଇଛନ୍ତି । ଏହାକୁ ନେଇ ତେନ୍ତୁଳିଖୁଣ୍ଟି ସିଏଚସି ଇନଚାର୍ଜ ସମଳେଇ ପଣ୍ଡାଙ୍କ ସହ ଆମ ପ୍ରତିନିଧି କଥା ହେବାରୁ ସେ କହିଥିଲେ, ଆମ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ନିୟମିତ ବାଡିପଦର ଗ୍ରାମକୁ ପରିଦର୍ଶନ ପାଇଁ ଯାଇଛନ୍ତି । ଝାଡ଼ା ବାନ୍ତିର କୌଣସି ଲକ୍ଷଣ ନାହିଁ ବୋଲି କହିଥିଲେ । କଣ୍ଟାଗାଁ ସରପଞ୍ଚ ଭୁବନେଶ୍ୱରୀ ନାୟକ ଗତ ୧୬ ତାରିଖ ଦିନ ଖବର ପାଇ କୃପାସିନ୍ଧୁ ନାୟକ ଓ ସନ୍ନ୍ୟାସୀ ଗୌଡଙ୍କ ସହ ବଡିପଦର ଗ୍ରାମକୁ ଯାଇ ସମସ୍ତଙ୍କୁ ବୁଝାଇଥିଲେ । ଫେରିବା ସମୟରେ ରାତ୍ର ପ୍ରାୟ ୮ଟା ସମୟରେ ପଡୋଶୀ ଗ୍ରାମର ଲୋକମାନେ କଣ୍ଟା ବୁଦା, ଗଛ ବେଢେଇ ଦେଇ ବଡିପଦର ଗାଁ ରାସ୍ତା ଅବରୋଧ କରିଥିଲେ । ଏହି ପରିସ୍ଥିତି ଦେଖି ମୁଣ୍ଡରାଗୁଡାର ଲୋକମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଲୋକେ କୌଣସି ମୋତେ ବୁଝି ନ ଥିଲେ । ଶେଷରେ ସରପଞ୍ଚ ଓ ସାଥି ମାନେ ବୋଡିପଦର ଗ୍ରାମରେ ବାଇକ ଛାଡି ଚାଲିଆସିଥିଲେ । ବର୍ତ୍ତମାନ ସ୍ଥିତି ସଙ୍ଗୀନ ଥିବା ଜଣାପଡିଛି । ଶୀଘ୍ର ବ୍ଲକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

8 − three =