ସୁବର୍ଣ୍ଣ ଜଯନ୍ତୀ ଉପଲକ୍ଷେ ପାରମ୍ପାରିକ ଝୋଟି ଓ ପିଠା ପ୍ରତିଯୋଗୀତା

0 203

ନବରଙ୍ଗପୁର : ନବରଙ୍ଗପୁର କଲେଜର ୫୦ତମ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଝୋଟି ଓ ପିଠା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର କଲେଜ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରାତନ ଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜ ନିଜ ହାତରେ ତିଆରି ପିଠା ବିଚାରକ ମଣ୍ଡଳୀ ସମ୍ମୁଖରେ ଉପସ୍ଥାପନ କରିଥିଲେ । ବିଚାରକ ମଣ୍ଡଳୀ ମାନେ ଝୋଟି ଅଙ୍କନର ଶୈଳୀ ଆଦି ପରୀକ୍ଷା କରି ସର୍ବଶେଷ୍ଠ ତିନିଜଣ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ସେହିଭଳି ପିଠାର ସ୍ୱାଦ ଚାଖି ସର୍ବଶେଷ୍ଠ ତିନିଜଣ ପ୍ରତିଯୋଗୀଙ୍କୁ ଚୟନ କରଯାଇଥିଲା । ଝୋଟି ପ୍ରତିଯୋଗୀତାର ବିଚାରକ ମଣ୍ଡଳୀରେ ଅବସର ପ୍ରାପ୍ତ ଆର୍ଟ ଟିଚର ପର୍ଶୁରାମ ସାହୁ , ଅଧ୍ୟାପିକା ଭାନୁମତୀ ସାହୁକାର , ଡ ନନ୍ଦିତା ମିଶ୍ର ରହିଥିବାବେଳେ ପିଠା ପ୍ରତିଯୋଗୀତାରେ ମିଥିଳା ସାହୁ , ସୁଲତାନା ବେଗମ, ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା, ଅଧ୍ୟାପିକା ଶ୍ରୀୟା ତ୍ରିପାଠୀ ବିଚାରକ ମଣ୍ଡଳୀରେ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଆଲୁମିନି କମିଟି ସଭାପତି ଗଣେଶ ଦାଶ, ଉପ ସଭାପତି ପ୍ରଭାକର ପାତ୍ର, ସମ୍ପାଦିକା ସଙ୍ଗୀତା ତ୍ରିପାଠୀ, କୋଷାଧ୍ୟକ୍ଷା ସ୍ୱର୍ଣ୍ଣଲତା ପଟ୍ଟନାୟକ, ମିଡିଆ କୋଡିନେଟୋର କିଶୋର ପଟ୍ଟନାୟକ, ସାଂସ୍କୃତିକ କମିଟି କୋଡିନେଟୋର ସୁରେଶ ମହାନ୍ତି, ସୁରେଶ ମିଶ୍ର, କୋର କମିଟି ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଦିଲ୍ଲୀପ ହୋତା, ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

5 + one =