ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଓ ଦୌରା ଜଜ ଅଦାଲତ ତତଫରୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ଯେଉଁ ସରକାରୀ କର୍ମଚାରୀ ତଥା ଜିଲ୍ଲା ଓ ଦୌରା ଜଜ ଅଦାଲତ କାର୍ଯ୍ୟାଳୟର କାର୍ଯ୍ୟରତ କର୍ମଚାରୀ ୨୫ ବର୍ଷରୁ ଉଦ୍ଧ୍ୱର୍ ବର୍ଷ କାର୍ଯ୍ୟ କରି ଆସିଛନ୍ତି, ସେହି କର୍ମଚାରୀମାନଙ୍କୁ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ତତଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟବର ଓଡ଼ିଶା ହାଇ କୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲା ଓ ଦୌରା ଜଜ ଅଦାଲତର ୨୫ ବର୍ଷରୁ ଉଦ୍ଧ୍ୱର୍ ଧରି କାର୍ଯ୍ୟ କରୁଥିବା ୧୨ ଜଣ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଗଜପତି ଜିଲ୍ଲା ଓ ଦୌରା ଜଜ ବିଚାରପତି ପ୍ରଣବ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍ ସେକ୍ରେଟାରୀ କୃଷ୍ଣମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଜିଲ୍ଲା ଓ ଦୌରା ଜଜ ଅଦାଲତର କର୍ମଚାରୀମାନେ ସମାଜକର ତୃଣମୂଳ ସ୍ତରରୁ ଉନ୍ନତ ସେବା ଜନସାଧରଣଙ୍କୁ ଯୋଗାଇଥିବାରୁ ସମସ୍ତ କର୍ମଚାରୀ ମାନଙ୍କୁ ଉଚ୍ଚ ପ୍ରଶଂସା ପାତ୍ର ବୋଲି ମୁଖ୍ୟ ଅତିଥି କହିଥିଲେ ।
ଏହି ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ସିଜେଏମ ମାନସ କୁମାର ପଣ୍ଡା, ସିଜେସିଏସଡି ସନ୍ତୋଷ କୁମାର ଅଗ୍ରୱାଲ, ରେଜିଷ୍ଟର ସିଭିଲ କୋର୍ଟ ସତ୍ୟବ୍ରତ ରଣା, ଜେସିଏସଡି ଆର୍.ଉଦୟଦିରି ପୁନ୍ୟଶ୍ଲୋକ ରଥ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ରବିନାରାୟଣ ବେହେରା, ଏସଡ଼ିଜେଏମ ବର୍ଷା ସର୍ମା, ଜେଏମଏଫସି ମୋହନା ଶ୍ରୀମତୀ ଅନନ୍ୟା ଦାସ,ଜେଏମଏଫସି କାଶୀନଗର ଅଙ୍କିତ ଗୁରୁ, ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍ର ସମସ୍ତ ଆଇନ୍ଜୀବୀ ଓ ବିଭାଗୀୟ ସମସ୍ତ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.