ଦାରିଙ୍ଗବାଡ଼ିରେ କଂଗ୍ରେସ ଓ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ତରଫରୁ ଗ୍ରାମଯାତ୍ରା କାର୍ଯ୍ୟକ୍ରମ

0 63

ବାଲିଗୁଡ଼ା: ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ଗ୍ରାମ ଯାତ୍ରା ସହିତ ୧୧ଦଫା ଦାବିନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର ଓ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ର ଜିଲ୍ଲା ସଂଯୋଜକ ପ୍ରତାପ କୁମାର ପ୍ରଧାନ ଆଜି ଡବେରୀ ପେଟ୍ରୋଲ ପମ୍ପ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଶହ ଶହ କର୍ମୀଙ୍କ ଗହଣରେ ଆସି ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା କଂଗ୍ରେସ ଏବଂ ସଂଗଠନ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିଡିଓଙ୍କ ଅନୁପସ୍ଥିତରେ ବ୍ଲକ ଜୁନିୟର କ୍ଲର୍କ ଦାବିପତ୍ର ଗ୍ରହଣ କରିଥିଲେ । ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ କଂଗ୍ରେସ ଓ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି । ୧୧ଟି ଦାବି ଗୁଡ଼ିକ ହେଲା ଜି ଉଦୟଗିରି ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ସଂପୂର୍ଣ୍ଣ କାର୍ଯ୍ୟକ୍ରମ କରିବା ,ବ୍ରାହ୍ମଣୀଗାଁ ଓ ଗୋଛାପଡାକୁ ନୂତନ ବ୍ଲକ ଗଠନ କରିବା, ଆଦିବାସୀ ଦଳିତ ଓ ଗରୀବଙ୍କ ଅନ୍ନଦାତ୍ରୀ ଟିକାବାଲି ମାଲବାଣିଜ୍ୟ ସମବାୟ ସମିତି ଏଏମ୍‌ସିଏସ ସୋସାଇଟି )ର ପୁନଃରୁଦ୍ଧାର ପାଇଁ ୧୦୦ କୋଟି ଦିଆଯାଉ , କନ୍ଧମାଳକୁ ପର୍ଯ୍ୟଟନ ଜିଲ୍ଲା ଭାବେ ଘୋଷଣା କରାଯାଉ । ଜିଲ୍ଲାର ପ୍ରତ୍ୟେକ ବ୍ଲକରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରାଯାଉ,ଜି ଉଦୟଗିରି ଓ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶହେ ଶଯ୍ୟା ବିଶିଷ୍ଟ କରିବା ସହିତ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ଓ ଶିଶୁ ବିଶେଷଜ୍ଞ ନିଯୁକ୍ତି କରିବା, ଯଥା ଶୀଘ୍ର ଜି ଉଦୟଗିରିରେ ଏକ ପେଟ୍ରୋଲ ପମ୍ପ ଖୋଲିବା , ସମସ୍ତ ଭୂମିହୀନ ପରିବାରକୁ ଜମି ପଟ୍ଟା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଜିଲ୍ଲାର ଲ୍ୟାଣ୍ଡ ସେଟେଲମେଣ୍ଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ,ଦାରିଙ୍ଗବାଡି ଓ ରାଇକିଆ ଠାରେ ହଳଦୀ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିବା ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ କରିବା ଓ ଜିଲ୍ଲାର ସମସ୍ତ ବ୍ଲକରେ ମିନି ଷ୍ଟାଡିୟମ ପ୍ରତିଷ୍ଠା ସହିତ ଫୁଟବଲ ଓ ଭଳିବଲ ଖେଳରଉନ୍ନତି ପାଇଁ ଭିତ୍ତିଭୂମି ବିକାଶ କରିବା ଆଦି ଦାବି ପତ୍ରରେ ଉଲ୍ଲେଖ ରହିଛି ।

hiranchal ad1
Leave A Reply

Your email address will not be published.

3 × 1 =