ଖପ୍ରାଖୋଲ,୨୦/୧୧: ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ କୃଷି ସମ୍ବନ୍ଧୀୟ ବ୍ଲକସ୍ତରୀୟ ବୈଷୟିକ କମିଟିର ବୈଠକ ବିଡିଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର କୃଷି ସମ୍ବନ୍ଧୀୟ ବିବରଣୀ ପଠନ କରିଥିବାବେଳେ ଉଦ୍ୟାନ ବିଭାଗ, ପ୍ରାଣୀସମ୍ପଦ ବିଭାଗ, ନିରନ୍ତର କୃଷି , ସମନ୍ୱିତ କୃଷି ଯୋଜନା , ମିଶନ ଶକ୍ତି , ଓ ଏଲ ଏମ , ମତ୍ସ୍ୟ ସମ୍ପଦ ବିଭାଗ ତରଫରୁ ନିଜର ଅଗ୍ରଗତି ଉପସ୍ଥାପନା କରାଯାଇଥିଲା । ଆଗାମୀ ରବିଫସଲ ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଆଲୋଚନା ହୋଇଥିଲା । ଏହି ଅବସରରେ ସମନ୍ୱିତ କୃଷି ଯୋଜନାରେ ଚିହ୍ନଟ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜୈବିକ ସାର ଓ କୀଟନାଶକ ପ୍ରସ୍ତୁତି ପାଇଁ ୫୦ ହଜାର ଲେଖାଏଁର ଚେକ୍ ପ୍ରଦାନ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରୀ ସୁଜିତ ଭୋଇ, ବିଡିଓ ଡା. ସ୍ୱପ୍ନେଶ୍ୱର ନାଏକ , ସହକାରୀ କୃଷି ଉଦ୍ୟାନ ଅଧିକାରୀ ଜିନିତା ବରୁଆ , ଏଫ୍ଇଏସଏମଟି ଅଭୟ ତ୍ରିପାଠୀ, ବିପିଏମ ମନୋଜ କେରକେଟା , ବିପିସି ଲକ୍ଷ୍ମୀ ନାରାୟଣ ବିଶି , ଏସପିପିଆଇଏଫ୍ପିଓ କବିଶ ଅଗସ୍ତି , ଆଇ ଫ ଏସ ବିସି ସୁରେଶ ବେହେରା , ଉମେଶ ଗୁପ୍ତା , ସନ୍ଦୀପ ବାରିକ , ଏଟିଏମ୍ ମାନସ ଖମାରୀ, ପରେଶ ମେହେର ପ୍ରମୁଖ କମିଟି ସଦସ୍ୟ ଉପସ୍ଥିତ ଥିଲେ ।