ନ୍ୟାଯ୍ୟ ଦାବୀ ନେଇ ଗର୍ଜିଲା କୁଇ ସମାଜ ସମନ୍ୱୟ ଓ ନିଖିଳ ଓଡିଶା ଆଦିବାସୀ ସମନ୍ୱୟ ସମିତି

0 53

ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସଦର ମହକୁମାରେ ଆଦିବାସୀ ପ୍ରତିଷ୍ଠା ଦିବସ ନିଖିଳ ଓଡିଶା ଆଦିବାସୀ ସମନ୍ୱୟ ଓ କୁଇ ସମାଜ ସମିତି ମିଳିତ ଭାବେ ପାଳନ କରିଛନ୍ତି । ଏହି ପ୍ରତିଷ୍ଠା ଦିବସରେ ଆଦିବାସୀଙ୍କ ହିତ ନିମନ୍ତେ ନ୍ୟାଯ୍ୟ ଦାବୀ ନେଇ ଜ଼ିଲ୍ଲାର ସମସ୍ତ ବ୍ଲକର ଆଦିବାସୀ ପୁରୁଷ ଓ ମହିଳାମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛକରୁ ପାରମ୍ପରିକ ବେଶାଭୂଷାରେ ସୁସଜିତ ହୋଇ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ କରନେସନ ପଡିଆରେ ସମାବେଶ ହୋଇଥିଲେ । ଆଦିବାସୀ ଇଲାକାରେ ପେସା ଆଇନ କଡାକଡି ଲାଗୁ ବିଶେଷ କରି ଜମି,ଜଳ, ଜଙ୍ଗଲ ଜମି ଆଦିବାସୀଙ୍କୁ ହସ୍ତାନ୍ତର ଆଦି ସାମ୍ବିଧାନିକ ଅଧିକାର ଦାବିରେ କୁଇ ସମାଜ ସମନ୍ୱୟ ସମିତିର ସଭାପତି ଲମ୍ବୋଦର କହଁରଙ୍କ ସଭାପତିତ୍ୱରେ ଏକ ବିରାଟ ଆଦିବାସୀ ସମାବେଶ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଲମ୍ବୋଦର କହଁର ରାଜ୍ୟ ସରକାର ଜ଼ିଲ୍ଲାର ଆଦିବାସୀମାନଙ୍କୁ ମିଛ ପ୍ରତିଶୃତି ଦେଇଛନ୍ତି । ଆଗାମୀ ଦିନରେ ଆମ୍ଭେ ମାନେ ଯେଉଁ ୩୪ ଦଫା ଦାବିସବୁ ସରକାରଙ୍କ ନିକଟରେ ଉପସ୍ଥାପନା କରିଥିଲୁ ମାତ୍ର କିଛି ଦାବିକୁ କାର୍ଯ୍ୟକାରୀ କରି ଆମ୍ଭ ମାନଙ୍କୁ ଠକିବାରେ ସମର୍ଥ ହୋଇଛନ୍ତି । ଶିକ୍ଷା କ୍ଷେତ୍ରରେ ଜ଼ିଲ୍ଲାରେ ଥିବା ବିଇଡ଼ି କଲେଜକୁ କାହା ସ୍ୱାର୍ଥରେ ବନ୍ଦ କରିଦେବା ପାଇଁ ଯୋଜନା ଚାଲିଛି, ଏହା ଜ଼ିଲ୍ଲାର ଛାତ୍ର ଛାତ୍ରୀଙ୍କ ପାଇଁ ବହୁତ ଦୁଃଖର ବିଷୟ । ଏଣୁ ସରକାର ଆମ୍ଭ ମାନଙ୍କର ଦାବିସମୂହ ଯଥା ଶୀଘ୍ର ପୂରଣ ନ କଲେ ଜ଼ିଲ୍ଲାର ବିକାଶ ପାଇଁ କୁଇ ସମାଜ ପକ୍ଷରୁ ଆଗାମୀ ଦିନରେ ତୀବ୍ରତର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଆଦିବାସୀ ନେତାରୋଦନା ମଲିକଙ୍କ ସମେତ ବହୁ ସଂଖ୍ୟାରେ ଆଦିବାସୀ ନେତା ଓ କର୍ମୀ ଉପସ୍ଥିତ ଥିଲେ । ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

eighteen − sixteen =