ଦାରିଙ୍ଗବାଡ଼ିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ

0 141

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାପାଳ ଡଃ ଆଶିଷ ଈଶ୍ୱର ପାଟିଲ ଓ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଆଜି ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳରୁ ସାଧାରଣ ଲୋକେ ଜିଲ୍ଲାପାଳଙ୍କୁ ଭେଟି ନିଜର ବ୍ୟକ୍ତିଗତ ସହିତ ସାମୁହିକ ଓ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା,ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଆସିଥିଲେ । ଶିବିରରେ ମୋଟ ୭୪ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିଲା ସେଥି ମଧ୍ୟରୁ ୩୩ଜଣଙ୍କର ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବାବେଳେ ୪୧ଗୋଟି ସାମୁହିକ ଅଭିଯୋଗ ରହିଥିଲା ଥିଲା । ସାମୂହିକ ଅଭିଯୋଗ ମଧ୍ୟରେ ଗ୍ରାମକୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ ସେବା, ପ୍ରଧାନମନ୍ତ୍ରୀ ଆବାସ, ଜମି ପଟ୍ଟା ନ ମିଳିବା ଭିନ୍ନ ଗାଁକୁ ବିଜୁଳି ସେବା ଯୋଗାଇ ଦେବା ,ସାମାଜିକ ସୁରକ୍ଷା, ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ନ ମିଳିବା ଏବଂ ଇତ୍ୟାଦି ଅଭିଯୋଗ ଅନ୍ତର୍ଭୁକ୍ତ ହୋଇଥିଲା । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଲୋକଙ୍କର ସମସ୍ୟା, ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଆସିଥିବା ସମସ୍ତ ଜନସାଧାରଣଙ୍କୁ ଭେଟି ତାଙ୍କର ଆପତ୍ତି ଅଭିଯୋଗ ଶୁଣାଣୀ କରିବା ସହିତ ସମସ୍ତଙ୍କ ଠାରୁ ଦରଖାସ୍ତ ଗ୍ରହଣ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ସ୍ତରରେ ଲୋକଙ୍କର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେ ବାଲିଗୁଡା ଉପଜିଲ୍ଲାପାଳ ଏମ. ଏସ .ମଧୁମିତା, ପିଏ.ଆଇ.ଟି.ଡି .ଏ ମଧୁସୂଦନ ବେହେରା,ଏ.ପି.ଡି ହର ପ୍ରସାଦ ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ, ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ତହସିଲଦାର ଅଶୋକ ଦାସ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଥାନା ଅଧିକାରୀ କୌଶିକ ମାଝୀ, ବ୍ଲକ ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନ, ଅବକାରୀ ବିଭାଗ ଇନ୍ସପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା, ସିଡିପିଓ ଅଞ୍ଜଳି ମହାପାତ୍ର ,ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ଦାଶ,ବ୍ଲକ କୃଷି ଅଧିକାରୀ ବୃନ୍ଦାବନ ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାପାଳ ଇକୋ-ରିଟ୍ରିଟ କାର୍ଯ୍ୟକ୍ରମର ତଦାରଖ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − seven =