ଯାଜପୁର: ଦୀର୍ଘ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ ଆଂଶିକ ଭାବେ ସ୍ୱାଭାବିକ ହୋଇଛି। ଗତକାଲି ରାତି ୧୦ଟାରୁ ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍ ସରବରାହକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ଡାଉନ୍ ଲାଇନରେ ରେଳ ଚଳାଚଳ କରିଛି। ଆଜି ଅନ୍ୟ ଲାଇନରେ ଟ୍ରେନ୍ ଚଳାଚଳ କରିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ସୋମବାର ସକାଳେ କୋରେଇ ରେଳଷ୍ଟେସନରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବାସହ ୪ ଜଣ ଆହତ ହୋଇଥିଲେ। ହେଲେ, ଅଳ୍ପକେ ବହୁ ଯାତ୍ରୀ ବର୍ତ୍ତି ଯାଇଥିବା ବେଳେ ଏକ ବଡ଼ ଅଘଟଣ ଟଳି ଯାଇଥିଲା।
