ଅଙ୍ଗନୱାଡି କର୍ମୀଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

0 93

ବଲାଙ୍ଗୀର : ସରକାରୀ ମାନ୍ୟତା, ମାସିକ ୨୧ହଜାର ଦରମା, ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି ମାନ୍ୟତା ଓ ଶିଶୁ,ଗର୍ଭବତୀ ମହିଳାଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ଖାଦ୍ୟର ମୂଲ୍ୟ ବୃଦ୍ଧି ପ୍ରଭୃତି ଦାବୀରେ ପୁଇଁତଲା ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି ଶତାଧିକ ଅଙ୍ଗନୱାଡି କର୍ମୀ । ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ୍‌ ୱାକର୍ସ, ବଲାଙ୍ଗୀର ତରଫରୁ ଅନୁଷ୍ଠିତ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି । ଯାହାକୁ ମଜଦୁର୍‌ ସଂଘ ସହାୟତା କରିଛି । ପ୍ରଦର୍ଶନକାରୀମାନେ ନାରାବାଜି ସହ ଦାବୀ ଯୁକ୍ତିଯୁକ୍ତ ବୋଲି ମତ ରଖିଛନ୍ତି । ଯଦି ଦାବୀ ପୂରଣ ନ ହୁଏ , ଆସନ୍ତା ୨୧ରେ ବିଧାନ ସଭା ଘେରିବେ ବୋଲି ସୂଚନା ଦେଇଛନ୍ତି । ଏ ଅବସରରେ ୪ଦଫାର ଦାବୀପତ୍ର ପୁଇଁତଲା ବିଡିଓଙ୍କୁ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 4 =