ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରା, ବୌଦ୍ଧ ପଞ୍ଚାୟତ ସମିତି ଅଧକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ହରଭଙ୍ଗା ପଞ୍ଚାୟତ ସମିତି ଅଧକ୍ଷା ସ୍ନେହଲତା ପ୍ରଧାନ, ଏବଂ ଭୈରବୀ ମହୋତ୍ସବ କମିଟି ସଭାପତି ଅଶୋକ କୁମାର ଅଗ୍ରୱାଲ ମଞ୍ଚସିନ ଥିବା ବେଳେ ସମସ୍ତ ଅତିବୃନ୍ଦ ମାଁ ଭୈରବୀଙ୍କ ଗାଥାକୁ ବର୍ଣ୍ଣନା କରିଥିଲେ । ଉକ୍ତ ଦ୍ୱିତୀୟ ସନ୍ଧ୍ୟାର ସଭାକାର୍ଯ୍ୟ ପରିଚାଳନାରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନୋଜ କୁମାର ପାଠୀ ଓ ରମେଶ ଚନ୍ଦ୍ର ତାରିଣୀଆ ପରିଚାଳନା କରିଥିବେଳେ ଇଂରାଜୀ ଅଧ୍ୟାପକ ଡ. ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ପ୍ରଥମେ ଆଞ୍ଚଳିକ କଳାକାରଙ୍କ ଦ୍ୱାରା କୃଷ୍ଣଗୁରୁ, ଦଣ୍ଡ ନୃତ୍ୟ ସହ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷଣ ହୋଇଥିଲା । ପରେ ମଞ୍ଚରେ ସମ୍ବଲପୁରରୁ ଆସିଥିବା ନୃତ୍ୟ କଳାକାରଙ୍କ ଦ୍ୱାରା ନୃତ୍ୟଗୀତ, ସିନେ ଟେଲି ତାରକା ଶୋଭା ରାଉତ ସଙ୍ଗୀତ କାର୍ଯ୍ୟକ୍ରମ, ଡ୍ୟାନ୍ସ ଗ୍ରୁପ କଟକଙ୍କ ଦ୍ୱାରା ରଙ୍ଗରଙ୍ଗ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦର୍ଶକଙ୍କ ମୀନାବଜାର, ପଲ୍ଲୀଶ୍ରୀ ମେଳା, ଯାତ୍ରା ଅପେରା, ଏବଂ ବିଭିନ୍ନ ସୁସ୍ୱାଦ୍ୟ ଖାଦ୍ୟ ଷ୍ଟଲ ଗୁଡିକରେ ବେଶ ଭିଡ଼ ପରିଲକ୍ଷିତ ଦେଖିବାକୁ ମିଳିଥିଲା । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମହୋତ୍ସବ କମିଟିର ଆବାହକ ସୁକାନ୍ତ ପଟ୍ଟନାୟକଙ୍କ ସମେତ, ବିଭୁଦତ୍ତ ବୋଷ, ସତୀଶ ବେହେରା, ସଜନ ଅଗ୍ରୱାଲା, ପ୍ରଶାନ୍ତ ସେଠି, କୈଳାସ ଅଗ୍ରୱାଲା, ସୁକାନ୍ତ ଦାସ, ମନୋଜ କୁମାର ସାହୁ, ମନୋଜ ପାଢି, ଶୁଭଜିତ୍ ପ୍ରଧାନ, ସୁବାସ କୁମାର ପ୍ରଧାନ, ପୁରନ୍ଦର ଠେଲା, ଅମୂଲ୍ୟ ମିଶ୍ର, ବିଜୟ କହଁର, ସତ୍ୟ ନାୟକ, ଭାଗବତ ମେହେର ପ୍ରମୁଖ କମିଟି ଅନନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।