ନନ୍ଦାହାଣ୍ଡି ବ୍ଲକରେ ୫୬୯ ଜଣ ପରୀକ୍ଷାର୍ଥୀ ଦେଲେ ସମେଟିଭ-୧ ପରୀକ୍ଷା

0 52

ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ମାଟ୍ରିକ ସମେଟିଭ-୧ ପରୀକ୍ଷା ଆରମ୍ଭ ହୋଇଛି । ବ୍ଲକର ଦହଣା ସରକାରୀ ଉଚ୍ଚ ବିଦ୍ୟାଳୟ, କଟ୍ରାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ, ନନ୍ଦାହାଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନିସନାହାଣ୍ଡି ସରକାରୀ ବିଦ୍ୟାଳୟ ମୋଟ ୪ ଗୋଟି ସେଣ୍ଟର ରେ ୬୪୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୬୯ ଜଣ ମାଟ୍ରିକ ବୋର୍ଡ ସମେଟିଭ-୧ ପରୀକ୍ଷା ଦେଇ ଥିବା ବେଳେ ୭୫ ଜଣ ଉପସ୍ଥିତ ହୋଇନଥିଲେ । ବ୍ଲକର ଦହଣା ଉଚ୍ଚ ବିଦ୍ୟାଳୟରେ ୧୪୯ ଜଣ ମଧ୍ୟରୁ ୧୩୭ ଜଣ, କଟ୍ରାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୮୬ ଜଣ ମଧ୍ୟରୁ ୧୬୭ ଜଣ, ନନ୍ଦାହାଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୪୮ ଜଣ ମଧ୍ୟରୁ ୧୨୪ଜଣ ଓ ନିସନାହାଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୬୧ ଜଣ ପରିକ୍ଷାର୍ଥୀ ମଧ୍ୟରୁ ୧୪୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଲେ । ବ୍ଲକର ଦହଣା ସରକାରୀ ଉଚ୍ଚ ବିଦ୍ୟାଳୟ ରେ କଟ୍ରାଗୁଡା, ବିରିଗୁଡା, ଡଙ୍ଗରଭେଜା ସେହିଭଳି ନିସନାହାଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ସିନ୍ଧିଗୁଡା ନନ୍ଦାହାଣ୍ଡି, କଟ୍ରାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଗନ୍ନାଥପୁର , ଝାଡବନ୍ଧଗୁଡା, ନିସନାହାଣ୍ଡି ଏବଂ ନନ୍ଦାହାଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଳୀଗୁଡା ଓ ଦହଣା ସରକାରୀ ଉଚ୍ଚ ବିଦ୍ୟାଳୟର ପରିକ୍ଷାର୍ଥୀ ମାନେ ପରୀକ୍ଷା ଦେଇଥିଲେ । ସକାଳ ୯ ଘଣ୍ଟା ସମୟରୁ ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ର କୁ ପ୍ରବେଶ ଆରମ୍ଭ କରିଥିଲେ । ପ୍ରବେଶ ପଥରେ କର୍ମଚାରୀ ମାନେ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଯାଞ୍ଚ କରିଥିଲେ । ପରେ ପର୍ଯ୍ୟାୟ କ୍ରମେ ଶୃଙ୍ଖଳିତ ଭାବରେ ଚେକିଙ୍ଗ୍‌ କରାଯାଇଥିଲା । ଗୋଟିଏ ସିଟିଙ୍ଗ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା ସକାଳ ୧୦ ରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେଇଥିଲା । ନନ୍ଦାହାଣ୍ଡି ବ୍ଲକ ତହସିଲଦାର ବନମାଳୀ ମେହେର ଓ ଗୋଷ୍ଟି ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁ ସ୍କୁଲ ମାନଙ୍କରେ ଯାଇ ତଦାରଖ କରିଥିଲେ ।

hiranchal ad1
Leave A Reply

Your email address will not be published.

nine + eighteen =