୪୫ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ

0 117

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ଗୋଠ ଚୌକ ଛକ ଠାରେ ଚଢ଼ାଉକରି ବାୟାଳିଶିବାଟି ଗ୍ରାମର ଦୁଇ ଜଣ ହେରୋଇନ ବ୍ୟବସାୟୀ ତ୍ରିନାଥ ଭୋଇ(୩୨) ଏବଂ ନାରାୟଣ ଭୋଇ(୪୪)ଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ ୪୫ ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରାଯାଇଛି । କୋଣାର୍କ ଅବକାରୀ ଥାନା କେସ ନଂ -୧୦୦/୨୨-୨୩ ରୁଜୁ କରି ଉଭୟକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୪,୫୦,୦୦୦/-ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଅବକାରୀ ଏସଆଇ ସ୍ୱୟଂପ୍ରଜ୍ଞା ସୁଭଦର୍ଶିନୀ ନାୟକ, ଏସଆଇ ନାରାୟଣ ବେହେରା, ଏଏସଆଇ ଲୋକନାଥ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ନାୟକ, ଅବକାରୀ କର୍ମଚାରୀ ସେକ ୱାରିସ, ପ୍ରବୀନ ବିରାଜ କିରୋ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

5 × three =