ଇ- ଶ୍ରମିକ ହିତାଧିକାରୀଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର

0 82

ପାରଳାଖେମୁଣ୍ଡି : କାଶୀନଗର ବ୍ଳକ ସିଧାମଡଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଏକ ଇ-ଶ୍ରମିକ ହିତାଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଦୁଇ ଦିନ ଧରି ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ବ୍ରହ୍ମପୁରର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ନେହ ରଞ୍ଜନ ଗୋଛାୟତ, ଶ୍ରମିକ ବୋର୍ଡ ଶିକ୍ଷା ଅଧିକାରୀ ଯୋଗ ଦେଇ ଇ-ଶ୍ରମ ବୋର୍ଡର ହିତାଧିକାରୀଙ୍କ ପାଇଁ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବୁଝାଇଥିଲେ । ଗଡସ ଅନୁଷ୍ଠାନର ସମ୍ପାଦକ ସୁନୀଲ ପାତ୍ର ଡିଜିଟାଲ ସ୍ୱାକ୍ଷରତା ବିଷୟରେ ବୁଝାଇଥିଲେ । ସମ୍ବଳ ବ୍ୟକ୍ତି ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁମନ୍ତ ଚିନ୍ତାଡା ଯୋଗ ଦେଇ ସମନ୍ୱିତ କୃଷି ଶ୍ରମିକମାନଙ୍କ ସନ୍ତାନ ମାନଙ୍କ ଶିକ୍ଷା ଅଧିକାର ସମ୍ବନ୍ଧରେ ବୁଝାଇଥିଲେ । ସିଧାମଡଙ୍ଗ ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଯୋଗଦେଇ ଆର୍ଥିକ ଓ ସାମାଜିକ ବିକାଶରେ ମହିଳା ମାନଙ୍କ ସମାନ ସହଭାଗିତା ଉପରେ କହିବା ସହ ମହିଳା ଶ୍ରମିକ ମାନେ ସମାନ କାମକୁ ସମାନ ମଜୁରୀ କିପରି ପାଇ ପାରିବେ ସେହି ଉପରେ ଗୁରୁତ୍ୱ ଦେଇଥିଲେ । ଶେଷରେ ଶିବିରରେ ଉପସ୍ଥିତ ଥିବା ହିତାଧିକାରୀ ମାନଙ୍କୁ ସରକାରଙ୍କ ତରଫରୁ ୨୫୦ ଟଙ୍କା ଲେଖାଏଁ ବ୍ୟାଙ୍କ ମାଧ୍ୟମରେ ପଠାଯିବ ବୋଲି ଜଣାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଲୁକା ଶବର ଓ ଉପେନ୍ଦ୍ର ପାଲକା ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

two × three =