ସାମ୍ପ୍ରଦାୟିକ ସଦଭାବନା ସପ୍ତାହ ଉଦଯାପିତ

0 82

ଦଶପଲ୍ଲା : ଓଡ଼ଗାଁ ବ୍ଳକ ଅଧିନସ୍ଥ କୁରାଳ ସଂସ୍କୃତ ମହାବିଦ୍ୟାଳୟରେ ସାମ୍ପ୍ରଦାୟିକ ସଦଭାବନା ସପ୍ତାହ ଉଦଯାପିତ ହୋଇଯାଇଛି । ବିଭିନ୍ନତା ମଧ୍ୟରେ ଏକତା ମନ୍ତ୍ରରେ ଅଭିମନ୍ତ୍ରିତ ମୋ ଦେଶ ଭାରତ ବର୍ଷ ନାନା ଧର୍ମ, ଅନେକ ବର୍ଣ୍ଣ,ଭିନ୍ନ ଭିନ୍ନ ସମ୍ପ୍ରଦାୟକୁ ନେଇ ଏକତାର ମନ୍ତ୍ରଗାନ କରୁଥିବା ଏକ ମହାନ ଉପମହାଦେଶ । ସମ୍ପ୍ରଦାୟ, ଧର୍ମ ଅଥବା ବର୍ଣ୍ଣର ବିବିଧତା ମଧ୍ୟରେ ଅସହିଷ୍ଣୁ ପରାୟଣ ମାନସିକତା ବିଦ୍ୱେଷ ଭାବ ସୃଷ୍ଟି କରାଇଥାଏ । ଫଳତଃ ଗୋଷ୍ଠୀ ସଂଘର୍ଷ ଘଟି ଅନେକ ଜୀବନ ଦୀପ ଅକାଳେ ଲିଭିଯାଏ । ସେହି ପରିବାର ଗୁଡିକର ଅସହାୟ ଶିଶୁ ମାନଙ୍କର ପାଳନ ପୋଷଣ ପାଇଁ ସାଧାରଣ ଜନତାଙ୍କ ନିକଟରୁ ଅନୁଦାନ ସଂଗ୍ରହ କରାଯାଏ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ ସଭାପତିତ୍ୱରେ ଏକ ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି । ତତସହିତ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କଠାରୁ ଅନୁଦାନ ଗ୍ରହଣ କରି ଗୃହ ମନ୍ତ୍ରଣାଳୟ ବିଭାଗ ଅଧିନରେ ଥିବା ରାଷ୍ଟ୍ରୀୟ ସାମ୍ପ୍ରଦାୟିକ ସଦଭାବ ପ୍ରତିଷ୍ଠାନଙ୍କୁ ପ୍ରେରଣ କରାଯାଇଛି । ଲଭ ଅଲ ସର୍ଭ ଅଲ ଦୀକ୍ଷାରେ ଦିକ୍ଷୀତ ରାଜନୀତି ବିଜ୍ଞାନ ଅଧ୍ୟାପକ ଅବନିକାନ୍ତ ପାତ୍ର ବିଦ୍ୟାର୍ଥୀ ମାନଙ୍କୁ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ଦେଇଥିଲେ । ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ସାମ୍ପ୍ରଦାୟିକ ସଦଭାବନା ସପ୍ତାହ ଉଦଯାପିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

five × one =