ପୁଣି ମନମୋହିବ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀକ ବାଲୁକା କଳା ମହୋତ୍ସବ

0 77

ପୁରୀ : ପୁଣି ମନମୋହିବ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀକ ବାଲୁକା କଳାମହୋତ୍ସବ । ଚଳିତ ଉତ୍ସବରେ ନାମିଦାମୀ କଳାକାରଙ୍କ ଦ୍ୱାରା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ହେବ ନୃତ୍ୟ ପରିବେଷଣ । ଚନ୍ଦ୍ରଭାଗା ବେଳା ଭୂମିରେ ନିଖୁଣ କଳା ପରିଦର୍ଶନ କରିବେ ବାଲୁକା ଚିତ୍ର ଶିଳ୍ପୀ । କୋଣାର୍କ ଯାତ୍ରୀ ନିବାସ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ କୋଣାର୍କ ମହୋତ୍ସବର କିଭଳି କାର୍ଯ୍ୟକ୍ରମ ରହିବ ସେ ନେଇ ଚୂଡାନ୍ତ କରାଯାଇ ଥିବା ବେଳେ ଏଥର ବି ଦର୍ଶକ ମିନବଜାର ଓ ଯାତ୍ରାର ମଜା ଉଠାଇବେ । ପୁରୀ ଜିଲାପାଳଙ୍କ ଦ୍ୱାରା ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ପାଞ୍ଚ ଦିନ ଧରି ଆୟୋଜିତ ଏହି କୋଣାର୍କ ମହୋତ୍ସବ ଓ ବାଲୁକା ମହୋତ୍ସବ ପାଇଁ ଆନ୍ତର୍ଜାତୀୟ କଳାକାରଙ୍କ ସମେତ ବିଭିନ୍ନ ରାଜ୍ୟର ନୃତ୍ୟଶିଳ୍ପୀ ଓ ବାଲୁକା ଚିତ୍ର ଶିଳ୍ପୀ ଯୋଗ ଦେବେ । ଘୁଙ୍ଗୁରର ତାଳେ ତାଳେ କମ୍ପିବ କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚ । ଶାସ୍ତ୍ରୀୟ ସଙ୍ଗୀତ ଓ ବାଦ୍ୟ ପୁଣି ଥରେ ମନମୋହିବ ଦର୍ଶକ ମାନଙ୍କର । କୋଭିଡ କଟକଣା କୋହଳ ହେବା ପରେ ପୁଣି ଚଳଚଞ୍ଚଳ ହେବ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜନ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ କୋଣାର୍କ ଯାତ୍ରୀ ନିବାସ ଠାରେ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀକ ବାଲୁକା ମହୋତ୍ସବ ୨୦୨୨ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ଭାବରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ସିସି ଟିଭିର ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ମୀନା ବଜାର ଓ ଯାତ୍ରାକୁ ଚଳିତ ବର୍ଷ ଅନୁମତି ପ୍ରଦାନ କରାଯାଇଛି ।ମିନା ବଜାର ପାଇଁ ଷ୍ଟଲର ଦାୟିତ୍ୱ କୋଣାର୍କ ଏନଏଏସି ହାତରେ ରହିଛି । ଚଳିତ ବର୍ଷ ଦର୍ଶ ଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଆଠ ପ୍ଲାଟୁନ ଫୋର୍ସ ମୁତୟନ ସହିତ ପେଟ୍ରୋଲିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

hiranchal ad1
Leave A Reply

Your email address will not be published.

seven + 14 =