ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଏଗ୍ରିକଲଚର ରିସର୍ଚ୍ଚ ଫାର୍ମ ସିୟୁଟିଏମଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମତ୍ସ୍ୟ ଅଧିକାରିଣୀ ଲିସା ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ, ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଗିରିଶ ମହାନ୍ତି, ଉଦ୍ୟାନ ଉପ ନିର୍ଦ୍ଦେଶକଙ୍କ ସମେତ ବହୁ ଅଧିକାରୀ ଓ ସିୟୁଟିଏମ ମତ୍ସ୍ୟ ବିଭାଗର ଡିନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୬୦ ଜଣ ମତ୍ସ୍ୟ ଚାଷୀ ଉପସ୍ଥିତ ଥିବାର ଜଣାପଡ଼ିଛି । ପ୍ରତ୍ୟେକ ଜିଲ୍ଲାରେ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରଚାର ପ୍ରସାର ହୋଇ ଥିବାବେଳେ ଗଣମାଧ୍ୟମକୁ ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ନ ଦେବା ସମସ୍ତଙ୍କୁ ଚକିତ କରିଛି । ଏପଟେ ରାଜ୍ୟ ସରକାର ସରକାରଙ୍କ ବିଭିନ୍ନ ଯୋଜନା ଲୋକାଭିମୁଖୀ କରିବା ପାଇଁ ଗଣମାଧ୍ୟମକୁ ଗୁରୁତ୍ୱ ଦେଉଥିବା ବେଳେ ମତ୍ସ୍ୟ ବିଭାଗ ସୂଚନା ନ ଦେବା ସମସ୍ତଙ୍କୁ ଚକିତ କରିଛି ।