ଇଣ୍ଟର କଲେଜ ଖୋଖୋ ପ୍ରତିଯୋଗିତାରେ କଳିଙ୍ଗ ମହାବିଦ୍ୟାଳୟ ମହିଳା ଦଳ ଚାମ୍ପିୟନ

0 55

ଘୁ.ଉଦୟଗିରି: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଅଷ୍ଟମ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ମହିଳା ଖୋଖୋ ପ୍ରତିଯୋଗିତା କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୪ ଟି କଲେଜରୁ ଆସିଥିବା ମହିଳା ଖୋଖୋ ଦଳ ଭାଗ ନେଇଥିଲେ । ତନ୍ମଧ୍ୟରୁ କଳିଙ୍ଗ ମହାବିଦ୍ୟାଳୟ, ଘୁ.ଉଦୟଗିରି ଟିମ୍‌ ଓ ମୋଡେଲ ଡିଗ୍ରୀ କଲେଜ, ରାୟଗଡ଼ା ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା କିନ୍ତୁ କଳିଙ୍ଗ ମହାବିଦ୍ୟାଳୟ ଟିମ୍‌ ବିଜୟ ଲାଭ କରି ଚାମ୍ପିୟନ ଆଖ୍ୟା ପାଇଥିଲେ । ଖେଳ ପ୍ରଶିକ୍ଷକ ସରୋଜ କୁମାର ଦାସଙ୍କ ପ୍ରଶିକ୍ଷଣ ଓ ଛାତ୍ରୀ ରଚନା ପ୍ରଧାନଙ୍କ ନେତୃତ୍ୱରେ କଳ୍ପନା ପ୍ରଧାନ, ସ୍ୱାଗତିକା ପାଟମାଝି, ଲୁସିନା ପ୍ରଧାନ, ନିକିତା ପ୍ରଧାନ, ଲିନା ପ୍ରଧାନ, ଶ୍ରଦ୍ଧାଞ୍ଜଳି ପ୍ରଧାନ, ନନ୍ଦିନୀ ପ୍ରଧାନ, ସୁଚିତ୍ରା ପ୍ରଧାନ, ସୁରେଖା ପ୍ରଧାନ, ଅଶ୍ରିତା ପ୍ରଧାନ ଓ ବିଜୟଲକ୍ଷ୍ମୀ ପ୍ରଧାନ ଦଳଗତ ଭାବେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଫାଇନାଲ ମ୍ୟାଚରେ ବିଜୟୀ ହେବା ସହ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ତଥା ସମସ୍ତ ଅଧ୍ୟାପକ/ଅଧ୍ୟାପିକା ମହିଳା ଖେଳାଳୀ ମାନଙ୍କୁ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଥିଲେ ଓ ସ୍ଥାନୀୟ ଅଞ୍ଚଳ ତଥା ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ମତ ପ୍ରକାଶ କରିଥିଲେ । ବିଶ୍ୱ ବିଦ୍ୟାଳୟ ତରଫରୁ ସମସ୍ତ ବିଜୟୀ ଖେଳାଳିଙ୍କୁ ମାନପତ୍ର ସହ ବିଜୟୀ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

two + thirteen =