ଉପ କେନ୍ଦ୍ର ସ୍ତରୀୟ ମେଗା ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ

0 281

ଦଶପଲ୍ଲା : ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କିରିଆଲାଞ୍ଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ସି.ଏଚ.ଓ ଜ୍ୟୋତିର୍ମୟୀ ବେହେରା, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଶୁଭଶ୍ରୀ ଦାସ , ରାଧାନାଥ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ମେଳାରେ ବଡ଼ଗୋଠ ସରପଞ୍ଚ ତିଲୋତମା ନାୟକ, ଦୁରୁଦୁରା ସରପଞ୍ଚ ସଂଜୟ ସାହୁ ସ୍ୱାସ୍ଥ୍ୟମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ମେଗା ଶିବିରରେ ୫୦୦ ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା, ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସୁସ୍ଥ ଓ ନିରୋଗ ରହିବା ପାଇଁ ପରାମର୍ଶ ଦେବାସହ ଔଷଧ ପ୍ରଦାନ କରାଯାଇଥିଲା । ଡାକ୍ତର ଦେବୀ ପ୍ରସାଦ ପ୍ରଧାନ, ଡାକ୍ତର ସତୀଶ ନିବେଦନ, ଡାକ୍ତର ଲିପୁନ ବାରିକ, ଆୟୁଷ ଡାକ୍ତର ସାବିତ୍ରୀ ଦେବୀ ପ୍ରମୁଖ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ମାଳିସାହି, ମହିପୁର, ଦୁରୁଦୁରା , ଚାହାଳି, ବାଲଣ୍ଡା ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରର ସମସ୍ତ ଚି. ଏଚ. ଓ ଏବଂ ପୁରୁଷ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଆଶା, ଅଙ୍ଗନବାଡି କର୍ମୀ ଓ ଗ୍ରାମ୍ୟ କମିଟିର ସମସ୍ତ ସଭ୍ୟସଭ୍ୟାଙ୍କ ସକ୍ରୀୟ ସହଯୋଗରେ ଏହି ମେଗା ସ୍ୱାସ୍ଥ୍ୟ ମେଳା ଟି ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

16 + 17 =