ଆଦିବାସୀଙ୍କ ଗଣପର୍ବ “ମଣ୍ଡେଇ-୨୦୨୨’ ବ୍ଲକସ୍ତରୀୟ ଉତ୍ସବର ଶୁଭାରମ୍ଭ

0 128

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ବାସିନୀ ପଂଚାୟତ ବେତାଳ ଗାଁ ମାଁ ଭଣ୍ଡାରଘରଣୀ ପୀଠରେ ପୂଜାର୍ଚ୍ଚନା କରି ଆଦିବାସୀ ଗଣପର୍ବ “ମଣ୍ଡେଇ’ର ଶୁଭାରମ୍ଭ କରାଯାଇଛି । ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡଃ. କମୋଳ ଲୋଚନ ମିଶ୍ରଙ୍କ ପୌରହିତରେ ପୂଜାର୍ଚ୍ଚନା କରାଯାଇଥିଲା । ପୂଜାର୍ଚ୍ଚନା ପରେ ମଶାଲ ପ୍ରଜ୍ୱଳିତ କରାଯାଇ ମଞ୍ଚକୁ ଅଣାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ ଯୋଗ ଦେଇ ଆଦିବାସୀ ସଂସ୍କୃତି, କଳା, ସାହିତ୍ୟ ଓ ବିକାଶ ଉପରେ ଗୁରୁତ୍ୱାରୋପ ଦେଇଥିଲେ । ଏହି ମଣ୍ଡେଇ ମହୋତ୍ସବ ଜିଲାର ଆଦିବାସୀଙ୍କ ଲୁକ୍କାୟୀତ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରୁଛି ବୋଲି କହିଥିଲେ । ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ମଣ୍ଡେଇ ମହୋତ୍ସବ ନବରଙ୍ଗପୁର ଜିଲାକୁ ପରିଚିତ କରିପାରିଛି । ଏହି ଜିଲ୍ଲା ମହୋତ୍ସବ ମଣ୍ଡେଇ ହେବା ଦ୍ୱାରା ଜିଲାର ଲୋକ କଳା ଓ ଲୋକ ସଂସ୍କୃତିର ପୁନଃ ଉଦ୍ଧାର ହୋଇ ପାରୁଛି । ଆମ ପରମ୍ପରା ବଂଚିଲେ ସଂସ୍କୃତି ବଂଚି ରହିବ ।
ବର୍ତମାନର ଯୁବ ପିଢି ଆଧୁନିକତାର ଛାପରେ ପୁରୁଣା ସଂସ୍କୃତିକୁ ଭୂଲି ଯାଉଥିବା ଚିନ୍ତାର କରଣ ପାଲଟିଛି । ଏହି ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରି ଜିଲାପାଳ ଡଃ. ମିଶ୍ର ନବରଙ୍ଗପୁର ଜିଲାର ଭାଷା ସଂସ୍କୃତି ପରମ୍ପରା, ନୃତ୍ୟ ଗୀତର ସ୍ୱତନ୍ତ୍ରତା ରହିଛି । ମଣ୍ଡେଇ ମାଧ୍ୟମରେ ଜିଲାର ସଂସ୍କୃତିକୁ ମନେ ପକାଯାଉଛି । ନବରଙ୍ଗପୁର ଜନଜାତି ଜିଲ୍ଲା ହୋଇଥିବା ବେଳେ ଏଠାକାର କଳା ସଂସ୍କୃତିର ସମାହାରର ମଣ୍ଡେଇ ଉତ୍ସବ । ମଣ୍ଡେଇ ଜିଲାର ପରିଚୟ ଓ ଗୌରବ । ଲୋକ ମହୋତ୍ସବ ମଣ୍ଡେଇ ମହୋତ୍ସବ ବ୍ୟବସାୟୀକ ଭାବେ ପାଳନ କରାଯାଉ ନାହିଁ । ଆସନ୍ତା ଡ଼ିସେମ୍ବର ୧୦ ରୁ ୧୪ପର୍ଯ୍ୟନ୍ତ ନବରଙ୍ଗପୁରରେ ହେବାକୁ ଥିବା ମୁଖ୍ୟ ଉତ୍ସବରେ ଜିଲ୍ଲାବାସୀ ବିପୁଳ ସଂଖ୍ୟାରେ ଯୋଗ ଦେଇ କଳା ସଂସ୍କୃତିର ସମାରୋହ ମଣ୍ଡେଇକୁ ସଫଳ କରିବାକୁ ଆହ୍ୱାନ କରିଥିଲେ ।

hiring


ଜିଲାପରିଷଦ ଉପାଧ୍ୟକ୍ଷା ଲିପିକା ବାରୋଇ ମଣ୍ଡେଇ ଏକ ଗଣ ପର୍ବରେ ପରିଣତ ହୋଇଛି । ଏହା ଜିଲାର କଳା ସଂସ୍କୃତି ବିକାଶରେ ସହାୟକ ହୋଇ ପାରିଛି । ନବରଙ୍ଗପୁର ବିଧାୟକଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ ଯୋଗ ଦେଇ ଏହି ମହାନ ଉତ୍ସବର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ପ୍ରଶଂସା କରିବା ସହ ଜିଲା ସ୍ତରୀୟ ମୁଖ୍ୟ ଉତ୍ସବ କୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ଏମପିଙ୍କ ପ୍ରତିନିଧି ବାବୁଲି ମିଶ୍ର ଭଣ୍ଡାରଘରଣୀ ପିଠର ମହାତ୍ମା ସମ୍ପର୍କରେ କହିବା ସହ ମଣ୍ଡେଇ ଆମ ଜିଲାର ଏକ ମୁଖ୍ୟ ପର୍ବ,ଏହି ପର୍ବ ନାଁରେ ଲୋକ ମହୋତ୍ସବ ମଣ୍ଡେଇ ନାମିତ କରାଯାଇଛି । ଏହା କଳା ସଂସ୍କୃତିର ବିକାଶର ବାର୍ତ୍ତା ବହ ଭାବେ ପରିଚିତ ହୋଇ ଆସିଛି । ଉଦଘାଟନୀ ସମାରୋହରେ ନବରଙ୍ଗପୁର ବିଡିଓ ଶିବ ପ୍ରସାଦ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଜିଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ମଂଚ ପରିଚାଳନା କରିଥିଲେ । ବ୍ଲକ ଅଧ୍ୟକ୍ଷ ଶରତ ଭତରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବେଣୁ ଧର ଶବର, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ କୋଠା ବାଡ଼ି ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଶିଆ ହରିଜନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଉପାଧ୍ୟକ୍ଷା ସ୍ୱତନ୍ତ୍ର ବିକାଶ ପରିଷଦ ଭାନୁମତୀ ପୁଝାରୀ, ନନ୍ଦିନୀ ସମରଥ, ଜିଲାପରିଷଦ ସଭ୍ୟା ଜୋନ(୧)ଜୟାମଣି ସମରଥ, ଜିଲାପରିଷଦ ସଭ୍ୟା (୨) ପରିଜା ଭତରା, ବାସିନୀ ସରପଂଚ ଟଙ୍କଧର ରନ୍ଧାରୀ, ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ମଣ୍ଡେଇ ପୋଷ୍ଟର ଉନ୍ମୋଚନ ହୋଇଥିଲା । ସଭା ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବାଦ୍ଧକ୍ୟଭତ୍ତା ଓ ଏମଜିଏନଆରଇଜିଏସ । କାର୍ଯ୍ୟାଦେଶ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା କାର୍ଯ୍ୟକ୍ରମ ଆରମ୍ଭରେ ବେତାଳ ବିଦ୍ୟାଳୟ ନିକଟରୁ ଏକ ବିଶାଳ ବିଶାଳ ଶୋଭାଯାତ୍ରା ବାହାରି ଭଣ୍ଡାର ଘରଣୀ ମନ୍ଦିର ପର୍ଯ୍ୟନ୍ତ ପହଂଚିଥିଲା ।

hiranchal ad1
Leave A Reply

Your email address will not be published.

eleven − 9 =