ଗଞ୍ଜାମ/ଚିକିଟି :ସ୍ଥାନୀୟ ଚିକିଟି କଲେଜରେ ରେଡ ରିବନ୍ କ୍ଳବ୍ ତରଫରୁ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରି ବିଶ୍ୱରୁ ମହାମାରୀ ଏଡ଼ସର ମୁଳୋତ୍ପାଟନ ପାଇଁ ଆତ୍ମ ସଚେତନତା ଜରୁରୀ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଭବିଷ୍ୟତ ରାଷ୍ଟ୍ରର ନାଗରିକ ଭାବରେ ଛାତ୍ର ଛାତ୍ରୀ ଏହି ଦୂରାରୋଗ୍ୟକୁ ଦେଶରୁ ସମୁଳେ ବିନାଶ ପାଇଁ ସତର୍କତା ଓ ସଜାଗ ଆବଶ୍ୟକ ବୋଲି ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏଡ଼ସ ପରାମର୍ଶଦାତା ମମତା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ । ରେଡ ରିବନ କ୍ଳବ୍ ର ସଂଯୋଜକ ଆଶୁତୋଷ ସାହୁ ସ୍ୱାଗତ ଭାଷଣ ପ୍ରଦାନ ସହ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏଡ଼ସ ଦିବସ ପାଳନ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା । ଛାତ୍ରୀ ସୁଦଷ୍ଣା, ସାଗରିକା, ସୋନାଲି ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସହ ସଂଯୋଜକ ଡକ୍ଟର ରାମ ଶଙ୍କର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ସଚେତନତା ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।