କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପୋଷାକ ଶୃଙ୍ଖଳା

0 63

ଭବାନୀପାଟଣା,୫/୧୨- କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପି ଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ୟୁନିଫର୍ମ ପ୍ରଚଳନ କରିଛନ୍ତି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଆଜି ନିଜ ହାତରେ ନୂଆ ୟୁନିଫର୍ମ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ । ଛାତ୍ରଛାତ୍ରୀ ମାନେ ହାବସପୁରୀ ପୋଷାକ ପିନ୍ଧିବେ । କୁଳପତି ଅଭିଭାଷଣରେ କହିଲେ ଯେ ହାବସ୍ପୁରୀ ହସ୍ତତନ୍ତ କଳାହାଣ୍ଡିର ପରିଚୟ । କିନ୍ତୁ ଏହା ବର୍ତ୍ତମାନ ପୃଷ୍ଠପୋଷକତାର ଅଭାବ ହେତୁ ଦୁର୍ଦ୍ଦିନରେ ଗତି କରୁଛି । ଏହାର ପୁନରୁଦ୍ଧାର ପାଇଁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅଣ୍ଟା ଭିଡି଼ିଛି । ଏହାଦ୍ୱାରା କାରିଗରମାନେ ବହୁଳ ଭାବରେ ଉପକୃତ ହେବେ । ଏହି ଉପଲକ୍ଷେ ଶହଶହ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏଭଳି ପଦକ୍ଷେପକୁ ସ୍ୱାଗତ କରିଥିଲେ । ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀ ପିତାମ୍ବର ଭୋଇ, ବିତ୍ତ ଅଧିକାରୀ ଶ୍ରୀ ସୁରେଶ ପିଡିଶିକା, ହାବସ୍‌ପୁରୀ ଫେଶନ ଡିଜାଇନର ଶ୍ରୀ ସୁଜିତ ମେହେର, ପିଜି କାଉନସିଲ ମେଜର ଡକ୍ଟର ଜୟଦେବ ସାହୁ, ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ପଲ୍ଲିଶ୍ରୀ ପଟ୍ଟନାୟକ, କେସିଙ୍ଗା ମହାବିଦ୍ୟାଳୟ ଅଧ୍ୟକ୍ଷ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

7 + thirteen =