ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଣ୍ଡିଚା ମନ୍ଦିର ନିକଟସ୍ଥ କେରଳି ଟାୟାର ଦୋକାନରେ ନିଆଁ ଲାଗିଯାଇଛି । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ରାତିରେ ଦୋକାନ ବନ୍ଦ ଥିବା ବେଳେ କେହି ଦୁର୍ବୃତ୍ତ ବାରଣ୍ଡାରେ ଟାୟାର ରଖି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ସୂଚନା ପ୍ରକାରେ ଗତ ରାତିରେ ଦୋକାନ ବନ୍ଦ କରି ଘରକୁ ଯିବାପରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦୋକାନ ବାରଣ୍ଡାରେ କିଛି ଗାଡ଼ି ଟାୟାର ରଖି ସେଥିରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ଆଜି ସକାଳୁ ମାଲିକ ଦୋକାନ ଖୋଲିବାକୁ ଆସିବା ପରେ ଦୋକାନ ବାରଣ୍ଡାରେ କିଛି ଟାୟାର ଜଳିଥିବା ଦେଖି ବାଲିଗୁଡ଼ା ପୋଲିସ୍ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ପହଁଚି ନିଆଁ ଲାଭାଇଥିବା ବେଳେ ବାଲିଗୁଡ଼ା ଏସଡିପିଓ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।