କନ୍ଧମାଳର ସାହିତ୍ୟିକମାନେ ପାଇଲେ “ବିଶ୍ୱନୟନ’ ସମ୍ମାନ

0 75

ଫୁଲବାଣୀ : ଓଡ଼ିଶାର ଆଧ୍ୟାତ୍ମିକ ତଥା ସାମାଜିକ ସଂଗଠନ ଶ୍ରୀ ବିଶ୍ୱନୟନ ଐଶ୍ୱରୀୟ ଟ୍ରଷ୍ଟ, ପୁରୀ ତରଫରୁ ଏବଂ ବିଶ୍ୱନୟନ ଓ ବିଶ୍ୱେଶ୍ୱରୀ ସାହିତ୍ୟ ପତ୍ରିକା ସୌଜନ୍ୟରେ ରାଜ୍ୟସ୍ତରୀୟ କବି ଲେଖକ ସମାବେଶ ଏବଂ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳର ବରିଷ୍ଠ ସାହିତ୍ୟିକ ମାନେ ସମର୍ଦ୍ଧିତ ହୋଇଥିଲେ । କନ୍ଧମାଳର ବରିଷ୍ଠ ସାହିତ୍ୟିକ ତଥା ସମାଜସେବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ କବିରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା ବେଳେ ଶିଶୁ ସାହିତ୍ୟିକ, ସଂଗଠକ, ଶିକ୍ଷାବିତ ତଥା ମଞ୍ଚ ସଂଚାଳକ କୈଳାଶ ଚନ୍ଦ୍ର ଧଳଙ୍କୁ ବିଶ୍ୱନୟନ ଶିଶୁ ସମ୍ମାନ, ରାଇକିଆ ଅଂଚଳର କବି ଓ ଶିକ୍ଷାବିତ ଶୀତୁ ପ୍ରକାଶ ରଥଙ୍କୁ ବିଶ୍ୱନାୟନ କବି ସମ୍ମାନ ଏବଂ ଅଧ୍ୟାପକ ହରପ୍ରିୟା ମିଶ୍ରଙ୍କୁ ବିଶେଶ୍ୱରୀ ସମ୍ମାନ ପ୍ରଦାନ କରାଯାଇଥିଲା । କନ୍ଧମାଳ ଜିଲ୍ଲାର ଏହି ପ୍ରତିଭାମାନେ ପୁରୀର ସାହିତ୍ୟ ମଞ୍ଚରେ ସମ୍ମାନିତ ହେବା ଜିଲ୍ଲା ପାଇଁ ଗର୍ବର କଥା ।
ଏହି ସଭାରେ ଓଡିଶାର ବିଭିନ୍ନ ସ୍ଥାନରୁ ବହୁ ସାହିତ୍ୟିକ, ସାହିତ୍ୟିକା ଉପସ୍ଥିତ ରହିଥିଲେ । ବାବା ସତ୍ୟାନନ୍ଦ ଦାସ ମହାରାଜ ଉଦଘାଟକ ଭାବେ ଯୋଗ ଦେଇଥିଲା ବେଳେ ଚକ୍ରଧର ମହାପାତ୍ର, ଡାକ୍ତର ବଲ୍ଲଭ କୁମାର ଜୟସିଂହ, ସାଧନା ପାତ୍ରୀ, ମୋହନ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଡାକ୍ତର ସୌମ୍ୟକାନ୍ତ ପଣ୍ଡା ସଭାପତିତ୍ୱ କରିଥିଲେ । ସମ୍ପାଦିକା ତୃପ୍ତି ପଣ୍ଡା ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ମୁଖପାତ୍ର ବିଶ୍ୱନୟନ ଉନ୍ମୋଚିତ ହୋଇଥିଲା ବେଳେ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ମା ବୈଷ୍ଣବଦେବୀ କୁ ମଧ୍ୟ ଉନ୍ମୋଚନ କରାଯାଇଥିଲା । ଲେଖକ ସାମ୍ମୁଖ୍ୟ ଫୁଲବାଣୀର ଏ ସମସ୍ତ ସଦସ୍ୟମାନଙ୍କର ସମର୍ଦ୍ଧନା ପାଇଁ ସଭାପତି ରବୀନ୍ଦ୍ର ନାଥ ମିଶ୍ର ଓ ସମ୍ପାଦକ ବନବିହାରୀ ନନ୍ଦ ସହ ବହୁ ସାହିତ୍ୟିକମାନେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରେସ କ୍ଲବ ସଭାପତି ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ ଆଇନଜିବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ମଧ୍ୟ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

4 + twenty =